www.samajalive.in
Saturday, December 6, 2025
14.1 C
Bhubaneswar

ଇଥିଓପିଆରେ ଦୁର୍ଭିକ୍ଷ : ୪ ଲକ୍ଷ ଲୋକ ଖାଦ୍ୟାଭାବର ସମ୍ମୁଖୀନ

ଅଦିସ ଅବାବ : ପୂର୍ବ ଆଫ୍ରିକାର ଇଥିଓପିଆର ତିଗ୍ରେରେ ସଂପ୍ରତି ଚାଲିଥିବା ସଂଘର୍ଷ ମଧ୍ୟରେ ସେଠାରେ ଦୁର୍ଭିକ୍ଷ ଦେଖାଦେଇଛି। ସେହି ଦୁର୍ଭିକ୍ଷର ପ୍ରଭାବରେ ୪ଲକ୍ଷ ଲୋକ ଖାଦ୍ୟାଭାବର ସମ୍ମୁଖୀନ ହୋଇଛନ୍ତି। ଜାତିସଂଘର ଅସ୍ଥାୟୀ ମାନବୀୟ ସହାୟତା ମୁଖ୍ୟ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ଦେଶମାନଙ୍କୁ ନିୟୁର୍କରେ ଅନୁଷ୍ଠିତ ଏକ ବୈଠକରେ ତିଗ୍ରେ ଅଞ୍ଚଳରେ ଖରାପ ପରିସ୍ଥିତି ବିଷୟରେ ଅବଗତ କରାଇଛନ୍ତି।
ଏହି ସଂକଟ ଉପରେ ଜାତିସଂଘର ଏହି ପ୍ରଥମ ବୈଠକରେ ୩୩ ହଜାର ପିଲା କୁ-ପୋଷଣର ଶିକାର ହୋଇଥିବା ବିଷୟରେ ନିରାପତ୍ତା ପରିଷଦ ସଦସ୍ୟ ଦେଶମାନଙ୍କୁ ସତର୍କ ସୂଚନା ଜାରି କରିଛି। ଆଉ ୧୮ଳକ୍ଷ ଲୋକ ଦୁର୍ଭିକ୍ଷ କବଳରେ ପଡ଼ିବାକୁ ଯାଉଥିବାର ଜାତିସଂଘ କର୍ମକର୍ତ୍ତାମାନେ ଜଣାଇଛନ୍ତି। ଇଥିଓପିଆର ତିଗ୍ରେ ଅଞ୍ଚଳରେ ବିଗତ ୮ ମାସ ଧରି ଲଢେଇ ଜାରି ରହିଛି। ସଂଘର୍ଷ ବିରତି ଘୋଷଣା ହୋଇଥିବା ସତ୍ତ୍ବେ ସଂଘର୍ଷ ପୁନର୍ବାର ଘଟିବା ବିଷୟରେ କର୍ମକର୍ତ୍ତାମାନେ ଚେତାବନୀ
ଦେଇଛନ୍ତି।ଇଥିଓପିଆ ସରକାର ତିଗ୍ରେ ଅଞ୍ଚଳରେ ସ୍ଥାନୀୟ ଶକ୍ତିଗୁଡ଼ିକ ବିପକ୍ଷରେ ସଂଗ୍ରାମ ଚଳାଇଛନ୍ତି। ତେବେ ସରକାର ଗତ
ସୋମବାର ଦିନ ସେଠାରେ ଏକତରଫା ସଂଘର୍ଷ ବିରତି ଘୋଷଣା କରିଥିଲେ। କିନ୍ତୁ ବିଦ୍ରୋହୀ ମାନେ ସେହି ଅଞ୍ଚଳରୁ ସରକାରୀ ସୈନ୍ୟମାନଙ୍କୁ ଘଉଡ଼େଇବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି। ସେଠାରେ ସଂଘର୍ଷ ବନ୍ଦ ପାଇଁ ଆନ୍ତର୍ଜାତିକ ସ୍ତରରୁ ପ୍ରବଳ ଚାପ ପଡ଼ୁଥିବାର ଖବର ମିଳିଛି। ତେବେ କାଁଭାଁ ଗଣ୍ଡଗୋଳ ହୋଇଥିବାର ଖବର ମଧ୍ୟ ପ୍ରକାଶ ପାଇଛି। ତିଗ୍ରେ ପିପୁଲ୍‍ସ
ଲିବରେସନ ଫ୍ରଣ୍ଟ ଓ ଇଥିଓପିଆ ସୈନ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ହଜାର ହଜାର ଳୋକ ପ୍ରାଣ ହରାଇଛନ୍ତି ଓ ୨୦ଲକ୍ଷ
ଲୋକ ବାସଚ୍ୟୁତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories