www.samajalive.in
Saturday, December 6, 2025
15.1 C
Bhubaneswar

ତେଲ ଟ୍ୟାଙ୍କରରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ, ଜଣେ ଗିରଫ

ଗୋପାଳପୁର: ଗଜପତି ଜିଲ୍ଲାରୁ ପଶ୍ଚିମବଙ୍ଗକୁ ଏକ ତେଲ ଟ୍ୟାଙ୍କରରେ ଚୋରାରେ ଚାଲାଣ କରାଯାଉଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିବାରେ ଗୋଳନ୍ଥରା ପୁଲିସ ସକ୍ଷମ ହୋଇଥିବା ଜଣାପଡିଛି। ଗିରଫ ଯୁବକ ଜଣଙ୍କ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦ ନଗର ମଝି ସାହି ବାସିନ୍ଦା ଆର.ହରିକୃଷ୍ଣ ରେଡ୍ଡୀ(୨୨) ବୋଲି ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

ପୁଲିସର ସୂଚନା ମୁତାବକ, ଆଜି ଭୋର ସମୟରେ ପୁଲିସ ପକ୍ଷରୁ ଜାତୀୟ ରାଜପଥ ରେ ପେଟ୍ରାଲିଂ ସମୟରେ ଏକ ତେଲ ଟ୍ୟାଙ୍କର (ଏନ ଏଲ ୪ ଡି ୧୬୨୪) ପୁଲିସକୁ ଦେଖି ଦୃତ ଗତିରେ ଜାତୀୟ ରାଜପଥରେ ବ୍ରହ୍ମପୁର ଆଡ଼କୁ ଯିବାକୁ ଉଦ୍ୟମ କରିଥିଲା। ଏହାକୁ ଦେଖି ପୁଲିସ ଟ୍ୟାଙ୍କରର‌ ପିଛା କରିବା ସମୟରେ ପୁଲିସ ଥାନା ସମ୍ମୁଖ ରାସ୍ତାରେ ଟ୍ୟାଙ୍କର ଡ୍ରାଇଭର, ହେଲପର ସମେତ ମାଲିକ ତିନିଜଣ ଟ୍ୟାଙ୍କର ଛାଡି ଫେରାର ହୋଇଯାଇଥିବା ବେଳେ ଏମାନଙ୍କୁ ସହଯୋଗ କରୁଥିବା ହରିକୃଷ୍ଣକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ତଦନ୍ତ ବେଳେ ଏହି‌ ଟ୍ୟାଙ୍କରଟି ଗଜପତି ଜିଲ୍ଲାର ଅନ୍ତର୍ଗତ ମୋହନା ଓ‌ ଅଡବା ଅଞ୍ଚଳରୁ ସଂଗ୍ରହ କରାଯାଇ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଇଥିବା ଜଣାପଡ଼ିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହ ଟ୍ୟାଙ୍କରରୁ ୬୪ ଟି ପ୍ୟାକେଟ ଜବତ ହୋଇଥିବା ବେଳେ ପ୍ୟାକେଟରେ ୩୭୦.୨୭୦ କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର‌ ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

- Advertisement -

ସୂଚନାଯୋଗ୍ୟ, ଓଡିଶାରୁ ଆନ୍ଧ୍ରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୬ ଦୀର୍ଘ ବର୍ଷ ଧରି ବିଭିନ୍ନ ଚୋରା ସାମଗ୍ରୀ ଚାଲାଣର ମୁଖ୍ୟ ରାସ୍ତା ପାଲଟିଥିବା ବେଳେ ଗୋଳନ୍ଥରା ଅନ୍ତର୍ଗତ ଜାତୀୟ ରାଜପଥ କଡ଼ରେ ଥିବା ଅନେକ ଗାଁର ଯୁବକମାନେ ବିଭିନ୍ନ ଚୋରା ଗାଡିକୁ ଆନ୍ତଃ ରାଜ୍ୟ ସିମା ପାର କରିବାରେ ସହଯୋଗ କରିବା ବଦଳରେ ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି। ଏହା ସହ ଆଉ କେତେକ ଯୁବଗୋଷ୍ଠୀ ବିଭିନ୍ନ ଟ୍ରକରୁ ଜୋର ଜବରଦସ୍ତ ବଟି ଆଦାୟ କରୁଥିବା ମଧ୍ୟ ଅନେକ ସମୟରେ ଅଭିଯୋଗ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories