www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ; ଭର୍ଚୁଆଲ ଟୁରରେ ସାନ୍ତାଳଘର

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ରବିବାର ଅର୍ଥାତ ଜୁଲାଇ ୪ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର୍‌ ପେଜ୍‌@stscdev, @scstrti ଖୋଲି ସାନ୍ତାଳ ଜନଜାତିଙ୍କ ଘର ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।


ଓଡ଼ିଶାର ସାନ୍ତାଳ ଜନଜାତିମାନେ ମୁଖ୍ୟତଃ ମୟୂରଭଞ୍ଜ, ବାଲେଶ୍ୱର, କେଉଁଝର ଜିଲ୍ଲାରେ ବସବାସ କରିଥାନ୍ତି। ସେମାନେ ଭାରତର ଜନଜାତିଙ୍କ ମଧ୍ୟରେ ସଂଖ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ସାନ୍ତାଳମାନଙ୍କର ବସତିରେ ଗୃହଗୁଡ଼ିକ ସମାନ୍ତରାଳ ଭାବେ ଧାଡ଼ି କରି ନିର୍ମାଣ କରାଯାଇଥାଏ। ଘରଗୁଡ଼ିକ ସମ୍ମୁଖରେ ସର୍ବସାଧାରଣ ରାସ୍ତା ଦେଖିବାକୁ ମିଳେ। ସାନ୍ତାଳମାନେ ବହୁପ୍ରକୋଷ୍ଠ ଥିବା ସୌନ୍ଦର୍ଯ୍ୟପୂର୍ଣ୍ଣ ଗୃହ ନିର୍ମାଣ କରିଥାନ୍ତି। ସେମାନଙ୍କ ଘରଗୁଡ଼ିକ ନିର୍ଦ୍ଦିଷ୍ଟ କଳାତ୍ମକ ଢାଞ୍ଚାରେ ତିଆରି ହୋଇଥାଏ।

- Advertisement -

ଘରଗୁଡ଼ିକରେ ପ୍ରଶସ୍ତ ପାଚେରି ସହିତ ପ୍ରାଙ୍ଗଣ ଦେଖିବାକୁ ମିଳେ। ସମକୋଣ ଆକୃତିର ଘରଗୁଡ଼ିକର କାନ୍ଥ ଓଦାମାଟିରେ ନିର୍ମାଣ କରାଯାଇଥାଏ। ଘରର କାନ୍ଥଗୁଡ଼ିକୁ ବିଭିନ୍ନ ରଙ୍ଗ, ବିଶେଷତଃ ନାଲି ଓ କଳା ରଙ୍ଗରେ ପ୍ରଲେପ
ଦିଆଯାଇଥାଏ। ସାନ୍ତାଳ ଜନଜାତିଙ୍କ ଘରର ଛାତ ନଡ଼ା କିମ୍ବା ଟାଇଲ୍‌ରେ କରାଯାଇଥାଏ। ସାନ୍ତାଳ ଘର ମଧ୍ୟରେ ବୈଠକ ଘର, ରୋଷେଇଶାଳା, ବାରଣ୍ଡା ଓ ଗୃହପାଳିତ ପଶୁ ରହିବା ଗୃହ ଦେଖିବାକୁ ମିଳିଥାଏ ବୋଲି ସୂଚନା ଦିଆଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories