www.samajalive.in
Saturday, December 6, 2025
19.1 C
Bhubaneswar

ସାକ୍ଷୀଗୋପାଳରେ ବିକଶିତ ସତ୍ୟବାଦୀ ସଂକଳ୍ପ ସମାବେଶ

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକର ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବାଘ ସାହି ନିକଟରେ ବିଜେପି ପକ୍ଷରୁ ବିକଶିତ ସତ୍ୟବାଦୀ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସମାବେଶରେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ସତ୍ୟବାଦୀ ହେଉଛି ସ୍ୱାଭିମାନ, ସମ୍ମାନ, ତ୍ୟାଗ ଓ ତିତିକ୍ଷାର ଭୂମି । ରାଜ୍ୟର ସମସ୍ତ ବିଧାନସଭା ଆସନ ଠାରୁ ସତ୍ୟବାଦୀର ସ୍ୱତନ୍ତ୍ର ମର୍ୟ୍ୟାଦା ରହିଛି । ସତ୍ୟବାଦୀରୁ ଉତ୍କଳମଣି ଗୋପବନ୍ଧୁ ଦାସ ଦେଶ ସେବା ଆରମ୍ଭ କରିଥିଲେ । ରାଜ୍ୟ ରାଜନୀତିର ମୂଳଦୁଆ ଏହିଠାରୁ ପଡିଥିଲା । ପଣ୍ଡିତ ନୀଳକଣ୍ଠ ଦାସ ବାଚସ୍ପତି ରୂପେ ଏହି ଆସନର ଗୌରବ ବୃଦ୍ଧି କରିଥିଲେ ।
କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ବର୍ଷକୁ ଏକ ବିକଶିତ ରାଷ୍ଟ୍ରଭାବେ ଗଢିବାପାଇଁ ପ୍ରୟାସ କରୁଛନ୍ତି । ସେହିପରି ଏକ ବିକଶିତ ସତ୍ୟବାଦୀ ଗଠନ ନିମନ୍ତେ ସତ୍ୟବାଦୀ ସଂକଳ୍ପ ସମାବେଶ ଆୟୋଜନ କରାଯାଇଛି । ବର୍ତ୍ତମାନ ଯୋଗ୍ୟ ସେବା ମନୋବୃତ୍ତି ଥିବା ବ୍ୟକ୍ତି ଏହି ସ୍ଥାନରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ରମାରଞ୍ଜନ କହିଛନ୍ତି। ଏହି ଆସନରୁ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେଉଥିବା ପ୍ରତ୍ୟେକ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ମାନେ ସତ୍ୟବାଦୀ ନିମନ୍ତେ କଣ କରିଛନ୍ତି ଓ ଭବିଷ୍ୟତରେ କଣ କରିବେ ତାହା ଘୋଷଣା କରିବା ଆବଶ୍ୟକ ବୋଲି ରମାରଞ୍ଜନ କହିଛନ୍ତି।
ସତ୍ୟବାଦୀରେ ବକୁଳବନ, ଚନ୍ଦନ ପୋଖରୀ ,ପଞ୍ଚସଖା ସମାଧିପୀଠ, ଖେଳ ପଡିଆ,ସ୍ୱାସ୍ଥ୍ୟକେନ୍ଦ୍ର, ପାନୀୟ ଜଳ,ବିଦ୍ୟୁତ, ରାସ୍ତାଘାଟ, ସ୍କୁଲ କଲେଜ, ଦମକଳ କେନ୍ଦ୍ର,ଆଦି ବିକାଶ କାର୍ୟ୍ୟ ସମ୍ପୂର୍ଣ୍ଣ ଠପ ହୋଇଥିବା କହି ଶାସକ ଦଳ ଉପରେ ବର୍ଷିଛନ୍ତି ରମାରଞ୍ଜନ । ସତ୍ୟବାଦୀର ଅର୍ଥନୈତିକ ଅବିବୃଦ୍ଧି ପାଇଁ କୌଣସି ନୂତନ ଯୋଜନା କରାଯାଉନଥିବା ସେ ଅଭିଯୋଗ କରିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories