ସତ୍ୟବାଦୀ : ୫ମ ପଞ୍ଚାୟତ ସମିତି ବୈଠକ

ନିର୍ଦ୍ଧାରିତ ସମୟରେ ବୈଠକ କରାଯାଉନଥିବାରୁ ବିରୋଧୀଙ୍କ ଅସନ୍ତୋଷ

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଳକ ସଭା ଗୃହରେ ୫ମ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧକ୍ଷ ସୁନୀଲ କୁମାର ପଣ୍ଡା ବୈଠକରେ ଅଧକ୍ଷତା କରି ସମସ୍ତ ସଭ୍ୟ ଓ ବିଭାଗୀୟ ଅଧିକାରୀମାନେ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାମ କରିବାକୁ ଅନୁରୋଧ କରିଥିଲେ। ନିର୍ଦ୍ଧାରିତ ସମୟରେ ବୈଠକ ନହୋଇ ଦୀର୍ଘ ସାତ ମାସ ପରେ ବୈଠକ ଅନୁଷ୍ଠିତ ହେଉଥିବାରୁ ବରିଷ୍ଠ ସଭ୍ୟ ରାମଚନ୍ଦ୍ର ମହାନ୍ତି ଓ ବିରୋଧୀ ବିଜେପି ସଭ୍ୟ ଦୀପକ ଶତପଥୀ ବିଳମ୍ବର କାରଣ ପଚାରିଥିଲେ ଏଥିରେ ବିଧାୟକ ଉମାକାନ୍ତ ସାମନ୍ତ ରାୟ ଆଗକୁ ନିର୍ଦ୍ଧାରିତ  ସମୟରେ ବୈଠକ ଅନୁଷ୍ଠିତ ହେବ ବୋଲି କହିବା ପରେ ସଭା କାର୍ଯ୍ୟ ଚାଲିଥିଲା।
prayash
ସେହିପରି ପୂର୍ବ ବୈଠକର ପ୍ରସ୍ତାବକୁ କିପରି କାର୍ଯ୍ୟକାରୀ କରାଯାଇଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।  ବିଡିଓ ଲୋଚନ ଦାଶ ବୈଠକ ପରିଚାଳନା କରିଥିଲେ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଅତିରିକ୍ତ ତହସିଲଦାର,  ଥାନା ଅଧିକାରୀ ବିଜୟ କେତନ ବେହେରା, ଉପାଧ୍ୟକ୍ଷା ନିବେଦିତା ପାତ୍ର, ଜିଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ, ରତିକାନ୍ତ ମିଶ୍ର, ସଭ୍ୟା ଵିଷ୍ଣୁପ୍ରିୟା ବରାଳ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବିଦ୍ୟୁତ, କୃଷି, ମହିଳା ଓ ଶିଶୁ ବିକାଶ, ସ୍ବାସ୍ଥ୍ୟ, ପାନୀୟ, ପଶୁସମ୍ପଦ ଆଦି ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ପର୍ଯ୍ୟାଲୋଚନା କରିଥିଲେ । ପୂର୍ବରୁ କରାଯାଇଥିବା ଷ୍ଟାଣ୍ଡିଂ କାମିଟି ଗଠନରେ  ବିରୋଧୀ ଦଳର ସଭ୍ୟ ଅସନ୍ତୋଷ ବ୍ୟକ୍ତ  କରିଥିବାରୁ ପୁନର୍ବାର  କମିଟି ଗଠନ କରାଯିବା ପାଇଁ ବିଧାୟକ ଉମାକାନ୍ତ ସାମନ୍ତ ରାୟ ଓ ପଂଚାୟତ ସମିତି ଅଧ୍ୟକ୍ଷ ସୁନିଲ ପଣ୍ଡା ଗୃହରେ ପ୍ରତିଶ୍ରୁତି ଦେଇଥିଲେ।

Comments are closed.