www.samajalive.in
Saturday, December 6, 2025
15.1 C
Bhubaneswar

ସତ୍ୟବାଦୀ ପୋଲିସ ଦ୍ବାରା ଗବକୁଣ୍ଡ ହାଟରୁ ଗହଳି ହଟିଲା

ସୁଆଣ୍ଡୋ : କରୋନା ସଂକ୍ରମଣର ଭୟାବହତା ସମ୍ପର୍କରେ ପୁରୀ ଜିଲା ସତ୍ୟବାଦୀ ଥାନା ପୋଲିସ ପକ୍ଷରୁ ଗୁରୁବାର ହାଟରେ ଜନ ସଚେତନତା କରାଯାଇଛି । ଆଇଆଇସି ଦେବପ୍ରସାଦ ପାତ୍ରଙ୍କ ସହିତ ପୋଲିସ ଦଳ ଓ ରାୟଖଣ୍ଡି ଆରଆଇ ଅଶୋକ ପ୍ରଧାନ ଉପସ୍ଥିତ ରହି କିପରି ସଚେତନ ରହିବାକୁ ହେବ ସେ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ଜିଲାପାଳ ବଲୱନ୍ତ ସିଂହ ଙ୍କ ନିର୍ଦ୍ଦେଶ ମୁତାବକ ସତ୍ୟବାଦୀରେ ଜନ ସଚେତନତା ଜୋରଦାର କରାଯାଇଛି । ସପ୍ତାହରେ ସୋମବାର ଓ ଗୁରୁବାର ଏହି ଦୁଇଦିନ ଏଠାରେ ହାଟ ବସିଥାଏ । ପୁରୀ ସାକ୍ଷୀଗୋପାଳ ଚନ୍ଦନପୁର ଭୁବନେଶ୍ବର ଆଦି ସହରକୁ ଏଠାରୁ ପରିବା ବୋଝେଇ ହୋଇ ଯାଇଥାଏ । ହାଟ ପାଳି ଦିନ ଗୁଡିକରେ ଲକ୍ଷାଧିକ ଟଙ୍କାର କାରବାର ଏଠାରେ କରାଯାଇଥାଏ । ଶୃଙ୍ଖଳିତ ଭାବେ ଚାଷୀ ମାନେ ପରିବାପତ୍ର ବିକିବାକୁ ଆସନ୍ତା ହାଟ ପାଳି ଦିନ ପାଇଁ ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଖାଉଟି ମାନେ କହନ୍ତି । ସେହିପରି ଗତକାଲି ସନ୍ଧ୍ୟାରେ ବନପୁର ଛକରେ ପୋଲିସ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଛି ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories