www.samajalive.in
Friday, December 5, 2025
20.1 C
Bhubaneswar

୪ ଦିନ ପରେ ଲଣ୍ଡନର କୌଣସି ହସ୍ପିଟାଲରେ ମିଳିବନି ସ୍ଥାନ, କାର ଭିତରେ ହେବ ଚିକିତ୍ସା

ଲଣ୍ଡନ/ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ଇଟାଲୀ ପରେ ବ୍ରିଟେନର ସ୍ଥିତି ଗମ୍ଭୀର ଆଡକୁ ଗତି କରୁଛି। ୪ ଦିନ ପରେ ଲଣ୍ଡନର ହସ୍ପିଟାଲଗୁଡ଼ିକରେ ରୋଗୀଙ୍କୁ ଆଉ ଜାଗା ମିଳିବ ନାହିଁ। ବର୍ତ୍ତମାନ ଇଟାଲୀରେ ଯେଉଁଭଳି ସ୍ଥିତି ରହିଛି, ଖୁବଶୀଘ୍ର ଲଣ୍ଡନ ଏବଂ ସ୍ପେନର ମାଦ୍ରିଦରେ ସେଭଳି ସ୍ଥିତି ଉପୁଜିବାକୁ ଯାଉଛି। ବ୍ରିଟେନର ବିଭିନ୍ନ ହସ୍ପିଟାଲ କରୋନା ସଂକ୍ରମିତ ରୋଗୀରେ ଭର୍ତ୍ତି ହୋଇଛି। ହସ୍ପିଟାଲରେ ୱାର୍ଡ ନ ଥିବାରୁ ଏବେ କାର୍‌ ଭିତରେ ହସ୍ପିଟାଲ ୱାର୍ଡ କରିବାକୁ ସରକାର ଯୋଜନା କରୁଛନ୍ତି। ଫଳରେ କାର୍‌ ଭିତରେ ଭେଣ୍ଟିଲେଟର ଏବଂ ଆଇସିୟୁ ବ୍ୟବସ୍ଥା କରି ରୋଗୀଙ୍କୁ ଚିକିତ୍ସା ଯୋଗାଇଦିଆଯିବ।

ବ୍ରିଟେନର କେମ୍ବ୍ରିଜ ବିଶ୍ଵବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଲଣ୍ଡନରେ ଆଗାମୀ ୪ ଦିନ ମଧ୍ୟରେ ଆଇସିୟୁ ବେଡ୍‌ ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣ ହୋଇଯାଇଛି। ଆଗାମୀ ୧୪ ଦିନରେ ସମଗ୍ର ଦେଶରେ ଏପରି ସ୍ଥିତି ହୋଇଯିବ। ନର୍ଥୱିକ ପାର୍କ ହସ୍ପିଟାଲର ଜଣେ ନର୍ସ କହିଛନ୍ତି ଯେ, ଯଦି କୌଣସି ରୋଗୀ ସଙ୍କଟାପନ୍ନ ହୋଇପଡୁଛନ୍ତି, ତେବେ ତାଙ୍କୁ ମରିବା ପାଇଁ ଛାଡ଼ିଦେବାକୁ କୁହାଯାଇଛି। ଇଟାଲୀ ଭଳି ଏଭଳି ରୋଗୀଙ୍କୁ ଭେଣ୍ଟିଲେଟରରୁ ବାହାର କରିଦିଆଯାଉି। ଯୁବପିଢ଼ିଙ୍କ ଜୀବନ ରକ୍ଷା ପାଇଁ ପ୍ରାଥମିକତା ଦେବା ଲାଗି ସେମାନଙ୍କୁ ନିର୍ଦେଶ ମିଳିଥିବା ନର୍ସ ଜଣକ କହିଛନ୍ତି।

- Advertisement -

ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ୭ ହଜାର ଅତିକ୍ରମ କରିଛି। କଟକଣା ବଢ଼ାଇବା ପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି ବୋଲି ଇଟାଲୀ ସରକାର କହିଛନ୍ତି। ଦେଶରେ ସରକାର ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଅଢ଼େଇ ଲକ୍ଷ ଟଙ୍କା ଜରିମାନା ଲାଗୁ କରିବାକୁ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଏହା ୧୭ ହଜାର ଟଙ୍କା ରଖାଯାଇଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories