www.samajalive.in
Saturday, December 6, 2025
14.1 C
Bhubaneswar

ଶନିବାର ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। କର୍ମ ଅନୁଯାୟୀ ପ୍ରଭୁ ଫଳପ୍ରଦାନ କରିଥାଆନ୍ତି ବୋଲି ମାନ୍ୟତା ରହିଛି। ଶନିବାରଟି ଶନିଦେବତାଙ୍କୁ ସମର୍ପିତ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ଏପରି କିଛି କାର୍ଯ୍ୟ ରହିଛି, ଯାହାକୁ କରିବା ଉଚିତ ନୁହେଁ। ସେହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ଜାତକରେ ଶନିଗ୍ରହଙ୍କ କୁପ୍ରଭାବ ପଡ଼ିଥାଏ। ଜାଣନ୍ତୁ……
– ଶନିବାର ଦିନ ଲୁହାରେ ପ୍ରସ୍ତୁତ ଜିନିଷ ଦାନ କରନ୍ତୁ। ମାତ୍ର ଘରକୁ କଦାପି ଲୁହା ଜିନିଷ କିଣି ଆଣନ୍ତୁ ନାହିଁ।
– ଶନିବାର କାହାର ମଧ୍ୟ ଅପମାନ କରନ୍ତୁ ନାହିଁ।
– ଶନିବାର ଦିନ ଘରକୁ ସୋରିଷ ଆଣନ୍ତୁ ନାହିଁ। ଏହିଦିନ ଶନିଦେବଙ୍କୁ ସୋରିଷ ତେଲରେ ଅଭିଷେକ କରାନ୍ତୁ। ସୋରିଷ ତେଲ ଦାନ ମଧ୍ୟ କରନ୍ତୁ।
– ଶନିବାର ଦିନ ଜୋତା ଚପଲ ମଧ୍ୟ କିଣନ୍ତୁ ନାହିଁ। ଏପରି କରିବା ଦ୍ୱାରା କର୍ମକ୍ଷେତ୍ରରେ ଅସଫଳତା ପ୍ରାପ୍ତି ହୋଇଥାଏ।
– ମାତ୍ର ଜୋତା ଚପଲ ଦାନ କରିପାରିବେ।
– ଶନିବାର କଳା ବିରି କିଣିବା ସହ ଏଥିରେ ଖେଚେଡ଼ି ପ୍ରସ୍ତୁତ କରି ଦାନ କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories