www.samajalive.in
Saturday, December 6, 2025
23.1 C
Bhubaneswar

ରାଜଧାନୀ ଭୁବନେଶ୍ବରରେ ସେରୋଲଜିକାଲ ଟେଷ୍ଟ ଆରମ୍ଭ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ କରାଯାଇଛି ସେରୋଲଜିକାଲ ପରୀକ୍ଷା । ବର୍ତ୍ତମାନ ପରିସ୍ଥିତିରେ ଲୋକମାନଙ୍କର ରୋଗ ପ୍ରତିରୋଧକ ସ୍ଥିତି ଏବଂ ଉଚ୍ଚ ବିପଦ ଗୋଷ୍ଠୀର ଜାଣିବା ପାଇଁ ସିଭିକ୍ ଅଥରିଟି ପକ୍ଷରୁ ଭୁବନେଶ୍ୱରରେ କୋଭିଡ୍ ୧୯ ପାଇଁ ସେରୋ ସର୍ଭିଲାନ୍ସ ଆରମ୍ଭ ହୋଇଛି । ଯେହେତୁ ଆରଏମଆରସି (ଆଇସିଏମଆର) ଭୁବନେଶ୍ୱର ତଦାରଖର ବୈଷୟିକ ସହାୟତା ପ୍ରଦାନ କରୁଛି ତେଣୁ  କୋଭିଡ -୧୯ ଗାଇଡଲାଇନ ଅନୁଯାୟୀ ଏହି ସର୍ଭେ କରାଯାଉଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ବିଏମସି ସହଯୋଗରେ ଆର୍‌ଏମ୍‌ଆର୍‌ସି ଏହି ସର୍ଭେ କରୁଛି । ଦୁଇ ଦିନ ଧରି  ଏହି ସର୍ଭେ ଚାଲିବ ବୋଲି ଜଣାପଡିଛି ।

ତେବେ କ୍ଲଷ୍ଟର ଅନୁଯାୟୀ ୫ଟି କ୍ଲଷ୍ଟରରେ ସର୍ଭେ କରାଯାଉଛି। ୨ଟି ପର୍ଯ୍ୟାୟରେ ସେରୋ ସର୍ଭେଲାନ୍ସ କରାଯିବ । ପ୍ରଥମ ପର୍ଯ୍ୟାୟ ପାଇଁ ୫ଟି ଟିମ୍‌ ଗଠିତ ହୋଇଛନ୍ତି । ପ୍ରତି ଟିମ୍‌ରେ ୭ରୁ ୧୦ଜଣ ସଦସ୍ୟ ରହିବେ । ଟିମ୍‌ର ପରିଚାଳନା ଦାୟିତ୍ୱ ଆର୍‌ଏମ୍‌ଆର୍‌ସି ଅଧିକାରୀଙ୍କ ନିକଟରେ ରହିବ । ତେବେ ପ୍ରଥମ ପର୍ଯ୍ୟାୟରେ ୨୫୦୦ ନମୁନା ସଂଗ୍ରହ କରିବାକ ଲକ୍ଷ୍ୟ ରଖାଯାଇଛି ।

- Advertisement -

ଭୁବନେଶ୍ୱରର ବସ୍ତି ଓ ହଟ୍‌ସ୍ପଟ ଅଞ୍ଚଳରୁ ୧୬୦୦ ନମୁନା ସଂଗ୍ରହ କରାଯିବ । କମ୍ୟୁନିଟି ସଦସ୍ୟଙ୍କ ୯୦୦ ନମୁନା ସଂଗ୍ରହ ହେବ । ବିଭିନ୍ନ ୱାର୍ଡରେ ନମୁନା ସଂଗ୍ରହ କରାଯିବ । ଅଧିକ ସଂକ୍ରମିତ ଆଶଙ୍କା ଥିବା ବ୍ୟକ୍ତିଙ୍କ ଠାରୁ ନମୁନା ସଂଗ୍ରହ କରାଯିବ । ଭୁବନେଶ୍ୱର ମହାନଗର ନିଗମର ୨୫ଟି ୱାର୍ଡରେ କରାଯିବ ଟେଷ୍ଟ, ସେରୋଲଜିକାଲ ଟେଷ୍ଟ ପାଇଁ ଲୋକଙ୍କ ପାଖକୁ ଯିବେ ଟିମ୍, ପ୍ରଥମ ପର୍ଯ୍ୟାୟରେ ୨୫ ଶହ ଲୋକଙ୍କ ଟେଷ୍ଟ କରାଯିବା ନେଇ ଲକ୍ଷ୍ୟ  କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଆଣ୍ଟିଜେନ ଟେଷ୍ଟ ଲାଗି ୨୫ ହଜାର କିଟ୍ ରାଜ୍ୟର ବିଭିନ୍ନ ଡାକ୍ତରଖାନା କୁ ପଠାଯାଇଛି । ଆହୁରି ୧ଲକ୍ଷ କିଟ ମଗା ଯାଇଥିବା ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories