www.samajalive.in
Saturday, December 6, 2025
14.1 C
Bhubaneswar

ଝାରସୁଗୁଡାରେ ଆଜି ୩୧ କରୋନା ସଂକ୍ରମିତ ଚିହ୍ନଟ

ଝାରସୁଗୁଡା : ଝାରସୁଗୁଡା ଜିଲାରେ ପୁଣି ନୂଆ ୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଶନିବାର ଜଣାପଡ଼ିଛି । ଫଳରେ ଜିଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୯ ରେ ପହଞ୍ଚିଛି । ସଂକ୍ରମିତଙ୍କ ମଧ୍ୟରେ ଦୁଇଜଣ ପୌର କର୍ମଚାରୀ ରହିଛନ୍ତି । ଏହି କର୍ମଚାରୀମାନେ ବିଭିନ୍ନ ସଙ୍ଗ ରୋଧ କେନ୍ଦ୍ର ଦାୟିତ୍ୱରେ ଥିଲେ ।

 

- Advertisement -

ସେହିପରି ଆଜିଠାରୁ ଦୁଇ ଦିନିଆ ଦ୍ଵିତୀୟ ସାପ୍ତାହିକି ସଟଡାଉନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରତି ସପ୍ତାହ ଶେଷ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ଦିନ ଜିଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଆଜି ଦ୍ଵିତୀୟ ସପ୍ତାହର ସଟଡାଉନ ପାଳନ ହୋଇଛି। ଏହି ନିର୍ଦ୍ଦେଶ ଅନୁସାରେ ଆଜି ସକାଳୁ ଝାରସୁଗୁଡା ଜିଲାର ଵିଭିନ୍ନ ଅଞ୍ଚଳ ସିଲ କରାଯାଇ କଡା ପୁଲିସ ପହରା ଦିଆଯିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।। ଝାରସୁଗୁଡା ଜିଲାରେ ସଟଡାଉନର ସଫଳ ରୂପାୟନ ପାଇଁ ନିଜେ ଜିଲ୍ଲା ଏସପି ରାହୁଲ ପିଆର, ଜିଲ୍ଲାପାଳ ସରୋଜ ସାମଲଙ୍କ ସହ ଅନ୍ୟ ଅଧିକାରୀମାନେ ନିରୀକ୍ଷଣ କରୁଛନ୍ତି। ୫ଟି ସ୍ୱତନ୍ତ୍ର ଟିମ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ସମନ୍ୱୟରେ ଗଠନ କରାଯାଇ ଝାରସୁଗୁଡା, ବ୍ରଜରାଜନଗର, ବେଳପାହାଡ଼ ସହରାଞ୍ଚଳରେ ନଜର ରଖାଯାଇଛି। ବର୍ତ୍ତମାନ ସୁଦ୍ଧା କୋଭିଡ ନିୟମ ଉଲଂଘନ କରିବା ଅଭିଯୋଗରେ କିଛି ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି। ସଟଡାଉନ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ଏକାସାଙ୍ଗରେ ୩୧ ଜଣ ପଜିଟିଭ ଚିହ୍ନଟ ପ୍ରଶାସନର ଚିନ୍ତା ବଢାଇ ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories