www.samajalive.in
Saturday, December 6, 2025
26.1 C
Bhubaneswar

ସାତକୋଶିଆରେ ପୁଣି ଉଡ଼ିଲା ହେଲିକପ୍ଟର; ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପୁଣି ଚିଠି ଲେଖିଲା ବନ ବିଭାଗ

ଅନୁଗୋଳ : ସାତକୋଶିଆ ଗଣ୍ଡର ନିଷିଦ୍ଧାଞ୍ଚଳ ଉପରେ ହେଲିକପ୍ଟର ଉଡାଣ ପ୍ରହେଳିକା ମଧ୍ୟରେ ରହିଥିବା ବେଳେ ପୁନର୍ବାର ନିଷିଦ୍ଧାଞ୍ଚଳ ଦେଇ ଆଉ ଏକ ହେଲିକପ୍ଟର ଉଡାଣ କରିଛି। ତେବେ କିଏ ଓ କାହାଠାରୁ ଅନୁମତି ନେଇ ଏଭଳି ବାରମ୍ବାର ନିଷିଦ୍ଧାଞ୍ଚଳର ଆକାଶ ମାର୍ଗରେ ହେଲିକପ୍ଟର ଉଡାଉଛି,  ତାହାର ସ୍ପଷ୍ଟ ସୂଚନା କାହାଠାରୁ ମିଳିପାରୁନି। ପୂର୍ବରୁ ଏ ମର୍ମରେ ବନବିଭାଗ ପକ୍ଷରୁ ଭୁବନେଶ୍ବର ଓ ଝାରସୁଗୁଡା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା; କିନ୍ତୁ କେତେବେଳେ, କେତେ ଅକ୍ଷାଂଶ ଓ ଦ୍ରାଘିମା ଏବଂ କେତେ ଉଚ୍ଚତାରେ ହେଲିକପ୍ଟରଟି ଉଡାଣ କରିଥିଲା ତାହାର ବିସ୍ତୃତ ରିପୋର୍ଟ ଦେବାକୁ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ସାତକୋଶିଆ ବନଖଣ୍ଡ ଅଧିକାରୀଙ୍କୁ ଚିଠିରେ ଜଣାଇଥିଲେ। ଆମ ପରିଧି ଭିତରେ ସାତକୋଶିଆ ଅଞ୍ଚଳର ଆକାଶମାର୍ଗ ଯାଉ ନାହିଁ ବୋଲି ଝାରସୁଗୁଡା ବିମାନବନ୍ଦର କର୍ତ୍ତୃପକ୍ଷ ତାଙ୍କ ଉତ୍ତରରେ ଜଣାଇଥିଲେ। ଆଜିର ଘଟଣାକୁ ମିଶାଇ ୧୧ ଦିନରେ ଏହି ନିଷିଦ୍ଧାଞ୍ଚଳରେ ୩ଥର ହେଲିକପ୍ଟର ଉଡାଣ କରିଛି। ଗତକାଲି ହେଲିକପ୍ଟରଟି ଦିନ ସାଢେ ୧୦ଟା ସମୟରେ ଆଠମଲ୍ଲିକ ଅଞ୍ଚଳରୁ ଆକାଶ ମାର୍ଗରେ ଆସି ସାତକୋଶିଆ ଦେଇ ମହାନଦୀର ତଳ ଅଞ୍ଚଳକୁ ଯାଇଥିବା ସୂଚନା ମିଳିଛି। ନିଷିଦ୍ଧାଞ୍ଚଳରେ ସାଧାରଣ ଲୋକଟିଏ ପେଟ ପୋଷିବାକୁ ମାଛ ମାରିଲେ ଡଙ୍ଗା ଓ ଜାଲ ଜବତ କରାଯିବା ସହ ମାମଲା ରୁଜୁ ହେଉଛି; କିନ୍ତୁ ନିଷିଦ୍ଧାଞ୍ଚଳ ଉପରେ ଦୁଇଦୁଇଥର ହେଲିକପ୍ଟର ଉଡାଇବା ଉକ୍ତ ବ୍ୟକ୍ତିଙ୍କ ସନ୍ଧାନ ଆଜି ପର୍ଯ୍ୟନ୍ତ ବନବିଭାଗ ପାଇ ପାରିଲାନାହିଁ। ବିମାନବନ୍ଦର କର୍ତ୍ତୃପକ୍ଷ ଓ ବନବିଭାଗ ଚିଠି ଦିଆନିଆରେ ତଦନ୍ତ ସୀମିତ ରଖିଛନ୍ତି। ସରକାର ସାତକୋଶିଆକୁ ବାଘ ଆଣିବାକୁ ଯୋଜନା ରଖିଛନ୍ତି ଓ ଏହାର ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୧୧ ଦିନ ତଳେ ଏହି ନିଷିଦ୍ଧାଞ୍ଚଳର ଆକାଶ ମାର୍ଗରେ ଉଡିଥିବା ହେଲିକପ୍ଟରଟି କାହାର ଓ କାହାଠାରୁ ଅନୁମତି ପାଇ ସାତକୋଶିଆ ଗଣ୍ଡ ଉପରେ ଉଡାଇଥିଲା ତାହାର ଉତ୍ତର କାହା ପାଖରେ ନାହିଁ। ଏହି ଘଟଣା ଉପରୁ ବନବିଭାଗ କେବେ ପରଦା ଉଠାଉଛି ତାହା ଦେଖିବାକୁ ବାକି ରହିଲା।
ଆଜିର ଉଡାଣ ସମ୍ପର୍କରେ ଆମେ ସୂଚନା ପାଇଛୁ। ଏଥିପାଇଁ ଭୁବନେଶ୍ବର ଓ ଝାରସୁଗୁଡା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପୁଣି ଚିଠି ଲେଖିଛୁ। ସାଧରଣତଃ ବନାଞ୍ଚଳ ଉପର ଦେଇ ହେଲିକପ୍ଟର କିମ୍ବା ବିମାନ ଉଡାଣ ନେଇ କୌଣସି ପ୍ରକାର ଆଇନଗତ କଟକଣା ନାହିଁ; କିନ୍ତୁ ନିଷିଦ୍ଧାଞ୍ଚଳ ହୋଇଥିବାରୁ ଏହା ଉପରେ ସତର୍କତା କାରଣରୁ କୌଣସି ଉଡାଣ କରାଯିବା କଥା ନୁହେଁ ବୋଲି କହିଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଧାଂଶୁଶେଖର ଖୋରା।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories