www.samajalive.in
Saturday, December 6, 2025
15.1 C
Bhubaneswar

ବିଜେଡି ଅହିଂସାରେ ବିଶ୍ୱାସ କରେ, ହାରିବା ଭୟରେ ନିର୍ବାଚନୀ ହିଂସାକୁ ଆଶ୍ରୟ କରିଛି ବିଜେପି : ସସ୍ମିତ ପାତ୍ର

ରାଉରକେଲା : ବିଜେଡି ଅହିଂସାରେ ବିଶ୍ୱାସ କରେ ଏବଂ ଏହାର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସାର କଥା କୁହନ୍ତି। କିନ୍ତୁ ପଞ୍ଚାୟତ ନିର୍ବାଚନ ହାରିବା ଭୟରେ ବିଜେପି ହିଂସାକୁ ଆଶ୍ରୟ କରିଛି ଓ ରକ୍ତ ମୁଖା ପାଲଟିଛି ବୋଲି ଦଳର ମୁଖପାତ୍ର ଡ଼କ୍ଟର ସସ୍ମିତ ପାତ୍ର ପ୍ରକାଶ କରିଛନ୍ତି। ବିଜେପି ରାଜ୍ୟ ସଭାପତିଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିବା ଅବସରରେ ସେ ଏହା କହିଛନ୍ତି। ଆଜି ସ୍ଥାନୀୟ ହୋଟେଲ ଦୀପ୍ତିଠାରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଶ୍ରୀ ପାତ୍ର କହିଲେଯେ ବିଜେଡି ଓ ଏହାର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେକେ ଅହିଂସାରେ ବିଶ୍ୱାସ କରି ଆସିଛନ୍ତି। କିନ୍ତୁ ବିଜେପି ନିର୍ବାଚନ ହିଂସାରେ ଅଭ୍ୟସ୍ତ। ଗତ ବିଜେପୁର ଉପ ନିର୍ବାଚନ ବେଳେବିଧାୟକ ଜାୟନାରାୟଣ ମିଶ୍ର ଓ ଯୁବମୋର୍ଚା ସଭାପତି ଇରାଶିଷ ଆଚାର୍ୟ୍ୟଙ୍କ ଦ୍ୱାରା ହୋଇଥିବା ହିଂସାକାଣ୍ଡକୁ ଭୁଲି ନାହାନ୍ତି । ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବେଳେ ପିପିଲରେ ବିଜେଡିର ଜଣେ ଜିଲାପରିଷଦ ପ୍ରାର୍ଥୀଙ୍କୁ ବିଜେପିର ନେତା କର୍ମୀ ମରଣାନ୍ତକ ଆକ୍ରମଣ କଲେ। ପାରଳାଖେମୁଣ୍ଡିରେ ବିଜେଡିର ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ବିଜେପି ପକ୍ଷରୁ ମରଣାନ୍ତକ ଆକ୍ରମଣ କରାଗଲା । ବିଜେପିର କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସରକାରୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ତାଙ୍କ ଦଳର ଜଣେ ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କଲେ । ବିଜେପି ମହିଳାମାନଙ୍କ ସମ୍ମାନର କଥା କହୁଥିବା ବେଳେ ମହିଳାମାନଙ୍କ ପ୍ରତି ଏହା କିପ୍ରକାର ସମ୍ମାନ, ତାହା ଦଳ ସ୍ପଷ୍ଟ କରିବା ଉଚିତ । ବିଜେପି ନିର୍ବାଚନରେ ହାରିବା ନିଶ୍ଚିତ ଜାଣି ଦଳର ନେତା ଓ କର୍ମୀ ଵିଜେଡି ଉପରେ ଆକ୍ରମଣ କରିବାକୁ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ଵଛ ଶାସନକୁ ଓଡ଼ିଶାବାସୀ ଦେଖିଛନ୍ତି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସର ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଏହାକୁ ପ୍ରମାଣ କରୁଛି । ଏବେ ବିଜେପି ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ହାରିବା ନିଶ୍ଚିତ ଜାଣି ପୁରୁଣା କ୍ୟାସେଟ ଖୋଲିବା ଆରମ୍ଭ କରିଛି । ମିଥ୍ୟାର ଆଶ୍ରୟ ନେବା ପାଇଁ ଦଳ ଉଦ୍ୟମ କରୁଛି। ବିଗତ ଦିନରେ ରାଜ୍ୟବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏବେ ପଞ୍ଚାୟତ ନିର୍ବାଚନରେ ସେହି ପରାଜୟର ପ୍ରତିଫଳନ ଦେଖିବାକୁ ମିଳିଛି। ବିଜେପି ନିର୍ବାଚନରେ ବିଜେପି ବିହାର ଉତ୍ତରପ୍ରଦେଶରେ ହିଂସାଙ୍କୁ ଆପଣେଇଛି । ଓଡିଶାବାସୀ ଶାନ୍ତିରେ ବିଶ୍ୱାସ କରନ୍ତି। ସେମାନେ ସ୍ୱାଭିମାନୀ। ସେମାନେ ବିଜେଡି ସବୁବେଳେ ଗ୍ରହଣ କରିଛନ୍ତି । ବିଜେପିର ଏହି ହିଂସାର ଜବାବ ଓଡ଼ିଶାବାସୀ ଦେବେ । ହିଂସାକୁ ଛାଡି ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ବିଜେଡି ସେମାନଙ୍କୁ ଆହ୍ୱାନ ଦଉଛନ୍ତି ବୋଲି ଶ୍ରୀ ପାତ୍ର କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories