www.samajalive.in
Saturday, December 6, 2025
14.1 C
Bhubaneswar

୫ମ ବାର୍ଷିକୀ ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବାଙ୍କୀ : ବାଙ୍କୀ ପଥୁରୀପଡା ଖେଳ ପଡିଆରେ ଚାଲିଥିବା ୫ମ ବାର୍ଷିକୀ ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧ମ ସେମିଫାଇନାଲ ବାଙ୍କୀ ୧୧ଷ୍ଟାର ଏବଂ ତୁଳସୀପୁର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବ୍ୟାଟିଂ କରି ୧୧ଷ୍ଟାର ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୭ରନ ସଂଗ୍ରହ କରିଥିଲା। ଜବାବରେ ତୁଳସୀପୁର ବ୍ୟାଟିଂକରି ସମସ୍ତ ୱିକେଟ ହରାଇ ୧୩୪ରନ ସଂଗ୍ରହ କରି ପରାଜିତ ହୋଇଥିଲା। ୧୦ରନରେ ବିଜୟ ଲାଭ କରି ବାଙ୍କୀ ୧୧ଷ୍ଟାର ଫାଇନାଲରେ ପ୍ରବେଶ କରିଛି। ଆଜିର ମ୍ୟାଚକୁ ଦୀପକ କୁମାର ବେହେରା ଓ ସମ୍ବିତ ନାୟକ ପରିଚାଳନା କରିଥିଲା ବେଳେ ମୁଖ୍ୟ ଅତିଥି ଭାବରେ ଭବାନୀ ଶଙ୍କର ସାହୁ ଆରମ୍ଭରୁ ଟୁର୍ଣ୍ଣାମେଣ୍ଟକୁ ଉଦ୍ଦ୍ଘାଟନ କରିଥିଲେ। ମା ମଙ୍ଗଳା ଯୁବ ପରିଷଦର ସମ୍ପାଦକ,ସଭାପତି ଓ ସଦସ୍ୟ ମାନେ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories