www.samajalive.in
Saturday, December 6, 2025
15.1 C
Bhubaneswar

କଦଳୀବାଡି ପଞ୍ଚାୟତରେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର

ବାଙ୍କୀ : ବାଙ୍କୀ ନିର୍ବାଚନ ମଣ୍ଡଳୀ ଅଧିନ ବାଙ୍କୀ ବ୍ଲକର ୨୦ଗୋଟି ପଞ୍ଚାୟତରେ ପେବୃୟାରୀ ୨୪ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ୩୩୩ଟି ୱାର୍ଡ ନିମନ୍ତେ ୩୧ହଜାର ୮୧୧ଜଣ ଭୋଟର ଭୋଟ ଦେଇ ନିଜର ନିର୍ଣ୍ଣାୟକ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବେ। ଏବେ ଗାଁ ଗାଁରେ  ପ୍ରଚାର ଗାଡି,ଦଳୀୟ କର୍ମୀଙ୍କ ପଦଯାତ୍ରା,ଘରଘର ବୁଲି ଭୋଟ ଭିକ୍ଷା ଏକ ପ୍ରତିଯୋଗିତା ସାଜିଛି। କିଏ ଜିତିବ ଏଥିନେଇ ଦଳୀୟ ନେତୃତ୍ୱ ମାନେ ଗୋଟି ଚାଳନା କରିବାର ଲକ୍ଷ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟୀର ବାଙ୍କୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢୀ ବୁଧବାର ଦିନ ୩୬ନଂ ଜୋନ କଦଳୀବାଡି ପଞ୍ଚାୟତରେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥିନୀଙ୍କ ପାଇଁ ଘରଘର ବୁଲି ଭୋଟ ଭିକ୍ଷା କରିଛନ୍ତି। କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ମଣ୍ଡଳ ସଭାପତି ପ୍ରସନ୍ନ ସ୍ୱାଇଁ,ଜିଲ୍ଲା ପ୍ରତିନିଧି ପ୍ରକାଶ ଦାସ,ପ୍ରେମାନନ୍ଦ ମହାରଣା,ଯୁବ ନେତା ରଞ୍ଜନ ମହାରଣା,କାଇଁଚ ବେହେରା,ବାଗୁନି ଜେନା,ଦିବାକର ସାହୁ,ଟିକିନା ବାରିକଙ୍କ ସମେତ ବହୁ ମହିଳା କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବହୁ ଗରୀବ କଲ୍ୟାଣ ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇ ପଞ୍ଚାୟତର ବିଜେପି ପ୍ରାର୍ଥୀ ତଥା ଜିଲ୍ଲାପରିଷଦ ପ୍ରାର୍ଥିନୀ ଶୁଭଦ୍ରା ଜେନାଙ୍କୁ ମୋହର ମାରି ବିଜୟୀ କରିବା ନିମନ୍ତେ ଭୋଟ ଭିକ୍ଷା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories