www.samajalive.in
Saturday, December 6, 2025
15.1 C
Bhubaneswar

ସସ୍ମିତ ପାତ୍ର ସୂଚନା ଓ ପ୍ରସାରଣ ରାଜ୍ୟସଭା କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ : ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ‘ରାଜ୍ୟସଭା କମିଟି ଅନ ଇନଫରମେସନ୍‌ ଆଣ୍ଡ କମ୍ୟୁନିକେସନ ଟେକ୍‌ନୋଲୋଜି’ର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟସଭା ସଚିବାଳୟ ଦ୍ୱାରା ଜାରି ୯ ଜଣିଆ କମିଟିରେ ସାଂସଦ ଗୁଲାମ ଅଲ୍ଲୀ, କିରନ ଚୌଧୁରୀ, ଅନିଲ କୁମାର ଯାଦବ ମନ୍ଦାଦି, ସାକେତ ଗୋଖଲେ, ଏନ ଆର ଏଲଆନଗୋ, ଡ. ଅଶୋକ କୁମାର ମିତ୍ତଲ, ଭି ବିଜୟସାଇ ରେଡ୍ଡୀ, ମନୋଜ କୁମାର ଝା ସଦସ୍ୟ ଅଛନ୍ତି। ସମ୍ପ୍ରତି ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଭାବେ ଡ. ପାତ୍ର ଦାୟିତ୍ୱ ତୁଲାଉଛନ୍ତି। ରାଜ୍ୟସଭାରୁ ବିଜେଡି ସାଂସଦ ସୁଜିତ କୁମାରଙ୍କ ଇସ୍ତଫା ପରେ ଦଳକୁ ପିଟିସନ କମିଟି ଅଧ୍ୟକ୍ଷ ପଦ ହରାଇବାକୁ ପଡ଼ିଥିଲା। ରାଜ୍ୟସଭାରେ ୭ ଜଣ ସାଂସଦ ବିଶିଷ୍ଟ ବିଜେଡିକୁ ପୁଣି ଥରେ ଗୋଟିଏ ସଂସଦୀୟ କମିଟିର ଅଧ୍ୟକ୍ଷ ପଦ ମିଳିଛି। ସେହିପରି ରାଜ୍ୟସଭା ଏମପି ଲାଡ ଯୋଜନା କମିଟି ସଦସ୍ୟ ଭାବେ ସାଂସଦ ସୁଲତା ଦେଓ, ପିଟିସନ କମିଟି ସଦସ୍ୟ ଭାବେ ସାଂସଦ ଶୁଭାଶିଷ ଖୁଣ୍ଟିଆ, ରାଜ୍ୟସଭା ବାସଗୃହ କମିଟି ସଦସ୍ୟ ଭାବେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମନୋନୀତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories