www.samajalive.in
Monday, December 15, 2025
14.1 C
Bhubaneswar

ବସ୍‌କୁ ଉପରକୁ ଉଠିବାବେଳେ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ସହର ବସଷ୍ଟାଣ୍ଡ ଠାରେ ବସକୁ ଚଡ଼ିବା ବେଳେ ଘଟିଛି ଅଘଟଣ। ଏକ ଘରୋଇ ବସ ଉପରକୁ ଉଠିବାବେଳେ ଭାରସାମ୍ୟ ହରାଇ ତଳେ ପଡ଼ି ଯିବାରୁ ତାଙ୍କୁ ବସ୍‌ର ପଛ ଚକାରେ ପିଟି ହୋଇଯାଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ସୋରନା ସହରର ଜନ ଗହଳିପୂର୍ଣ୍ଣ ଅଞ୍ଚଳ ଗଣିଛକ ଠାରେ ଏକ ଘରୋଇ ବସ ଉପରକୁ ଜଣେ ଯୁବକ ଉଠିବାକୁ ଉଦ୍ୟମ କରୁଥିଲେ। ବସ ଭିତରକୁ ଯାଇ ନ ପାରି ସେ ଭାରସାମ୍ୟ ହରାଇବାରୁ ତଳେ ଖସି ପଡ଼ିଥିଲେ। ଫଳରେ ସେ ବସର ପଛ ଚକାରେ ପିଟି ହୋଇ ତଳେ ପଡ଼ି ଯାଇଥିଲେ। ଖବର ପାଇ ସୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ସଂକଟାପନ୍ନ ଅବସ୍ଥାରେ ସେଠାରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ଘର ସୋରଡ଼ା ସହରର ଏନଏନରୋଡ଼ ଅଞ୍ଚଳରେ। ସେ ହରି ବେହେରାଙ୍କ ପୁଅ ଟୁଟୁ ବେହେରା ବୋଲି ଜଣାପଡିଛି

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories