www.samajalive.in
Monday, December 15, 2025
16.1 C
Bhubaneswar

‘ସର୍ଦ୍ଦାର ଜୀ ୩’ ଟ୍ରେଲର: ଦିଲଜିତ୍ ଦୋସାଂଝଙ୍କ ଫିଲ୍ମରେ ହାନିଆ ଆମିରଙ୍କୁ ଦେଖି ଦର୍ଶକ ଖପ୍ପା, ନିର୍ମାତା ନେଲେ ଏମିତି ନିଷ୍ପତ୍ତି

ସମାଜ ଡିଜିଟାଲ ଡେସ୍କ: ଦିଲଜିତ୍ ଦୋସାଂଝ ତାଙ୍କ ଆଗାମୀ ପଞ୍ଜାବୀ ଚଳଚ୍ଚିତ୍ର ‘ସର୍ଦ୍ଦାର ଜୀ ୩’ର ଟ୍ରେଲର ରବିବାର ରିଲିଜ୍ କରିଛନ୍ତି, ଯେଉଁଥିରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଝଲକ୍‌ ମଧ୍ୟ ଦେଖିବାକୁ ମିଳିଛି। ଏପ୍ରିଲ ୨୨ରେ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକ ପ୍ରାଣ ହରାଇଥିଲେ, ଯେଉଁ କାରଣରୁ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ସମସ୍ତ ପାକିସ୍ତାନୀ କଳାକାରଙ୍କୁ ଭାରତରେ ନିଷିଦ୍ଧ କରାଯାଇଥିଲା। ଏହି କାରଣରୁ ‘ସର୍ଦ୍ଦାର ଜୀ ୩’କୁ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ର ନିର୍ମାତାମାନେ ଏହାକୁ ଭାରତରେ ମୁକ୍ତିଲାଭ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

- Advertisement -

ଭାରତରେ ରିଲିଜ୍‌ ହେବନି ଚଳଚ୍ଚିତ୍ର

ରବିବାର ବିଳମ୍ବିତ ରାତିରେ ଅଭିନେତା ତଥା ଗାୟକ ଦିଲଜିତ୍ ଦୋସାଂଝ୍ ନିଜ ଇନଷ୍ଟାଗ୍ରାମରେ ତାଙ୍କ କମେଡ଼ି, ହରର୍‌-ଥ୍ରୀଲର ଫିଲ୍ମ ‘ସର୍ଦ୍ଦାର ଜୀ ୩’ର ଟ୍ରେଲର ପୋଷ୍ଟ କରିଛନ୍ତି। ଏଥିସହ ଅଭିନେତା କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁଁ ଫିଲ୍ମଟି ଭାରତରେ ରିଲିଜ୍ ହେବନାହିଁ ଏବଂ ଏହାକୁ କେବଳ ବିଦେଶରେ ରିଲିଜ୍ କରାଯିବ। ଏହି ଚଳଚ୍ଚିତ୍ର ବିଦେଶୀ ସିନେମା ହଲ୍‌ରେ ଜୁନ୍‌ ୨୭ରେ ମୁକ୍ତିଲାଭ କରିବ। ଏହାସହିତ ‘ସର୍ଦ୍ଦାର ଜୀ ୩’ର ଟ୍ରେଲର ମଧ୍ୟ ଭାରତରେ ଦର୍ଶକଙ୍କ ପାଇଁ ୟୁଟ୍ୟୁବରେ ଉପଲବ୍ଧ ନାହିଁ। ଯେତେବେଳେ ଭିଡିଓଟିକୁ ଚଲାଇବାକୁ ଚେଷ୍ଟା କରାଯାଉଛି, ଏହା ଚାଲୁନାହିଁ ଏବଂ ଏକ ବାର୍ତ୍ତା ଆସୁଛି ଯେ ଏହା ଭାରତରେ ଦେଖାଯିବ ନାହିଁ।

କାହିଁକି ଏପରି ନିଷ୍ପତ୍ତି ନେଲେ ନିର୍ମାତା ?

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ ମନୋରଞ୍ଜନ ଶିଳ୍ପ ଉପରେ ଏକ କଡ଼ା ହମ୍‌ଲା କରିଥିଲା ଭାରତ। ଭାରତରେ ସମସ୍ତ ପାକିସ୍ତାନୀ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ନିଷିଦ୍ଧ କରାଯାଇଥିଲା ଏବଂ ସେମାନଙ୍କୁ ଭାରତରେ କାମ ନ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଏହାସହିତ କିଛି କଳାକାର ଭାରତ ବିଷୟରେ ବିଷ ମଧ୍ୟ ଓଗାଳିଥିଲେ, ଯେଉଁଥିରେ ହାନିଆ ଆମିର ବି ସାମିଲ ଥିଲେ। ଏହି କାରଣରୁ ସେ ଭାରତରେ ପ୍ରବଳ ବିରୋଧର ସମ୍ମୁଖୀନ ହେଉଛନ୍ତି। ଏସବୁ କାରଣ ଯୋଗୁଁଁ ‘ସର୍ଦ୍ଦାର ଜୀ ୩’ର ନିର୍ମାତାମାନଙ୍କୁ ଭାରତରେ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ପଡ଼ିଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories