ସରପଞ୍ଚ ତିଆରି କଲେ ଅସ୍ଥାୟୀ ପୋଲ

ନବରଙ୍ଗପୁର, : ଲଗାଣ ବର୍ଷାରେ ନବରଙ୍ଗପୁର ଜିଲାରେ ଧନ ଜୀବନ ବ୍ୟତିବ୍ୟସ୍ତ ଗମନା ଗମନ ଅସ୍ତବ୍ୟସ୍ତ । ଜିଲ।ର ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତର ତୁଳସୀପଦର ଗ୍ରାମକୁ ଯିବାକୁ ରାସ୍ତା ନାହିଁ । ସ୍ଥାନୀୟ ସରପଞ୍ଚ ଗ୍ରାମପଂଚାୟତ ତରଫରୁ ଅସ୍ଥାୟୀ କାଠ ବ୍ରିଜ ନିର୍ମାଣ କରି ଗାଁକୁ ଯିବା ଆସିବା ପାଇଁ ସୁବିଧା କରିଛନ୍ତି । ସିମେଣ୍ଟ ବିଦ୍ୟୁତ ଖୁଣ୍ଟି ଓ କାଠ ଗଣ୍ଡି ପକାଇ ପୋଲ କରାଯାଇଛି । ସୂଚନା ରହିଛିଯେ, ବର୍ଷା ଦିନେ ଗାଁ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଏ । କିଛିଦିନ ତଳେ ଗାଁରେ ଝାଡା ବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ବେଳେଅନ୍ୟମାନେ ଝାଡା ବାନ୍ତିରେ ଶିକାର ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

prayash

ଅନ୍ୟପଟେ ଜିଲ। ସ୍ୱାସ୍ଥ୍ୟ ବିଭାଗ ଅସ୍ଥାୟୀ ପୋଲ ହେବାରୁ ଗସ୍ତ କରି ସ୍ୱତନ୍ତ୍ର କ୍ୟାମ୍ପ କରି ଗ୍ରାମବାସୀଙ୍କୁ ଚିକିତ୍ସା କରିଥିବା ଜଣାଯାଇଛି । ତେବେ ଏହି ଅସ୍ଥାୟୀ ବ୍ରିଜର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ।ଅସ୍ଥାୟୀ ବ୍ରିଜରେ ବନ୍ୟ।ସମୟରେ ଯାତାୟାତ କରିବା କେତେ ବିପଦ ମୁକ୍ତ ତାହା ସନ୍ଦେହ ରହିଥିବାବେଳେ ସ୍ଥାୟୀ ବ୍ରିଜ ନର୍ମାଣ ର ଆବଶ୍ୟକତା ରିହିଛି । ତେବେ ସରପଞ୍ଚଙ୍କୁ ଏହି କାମକୁ ଅନେକ ପ୍ରଶଂସା କରିଛନ୍ତି ।

Comments are closed.