www.samajalive.in
Sunday, December 14, 2025
17.1 C
Bhubaneswar

ସାଇବାବାଙ୍କ ନିରାଡମ୍ବର ପାଲିଙ୍କି ଯାତ୍ରା, କରୁଣା ଲାଭ କଲେ ସାଇପ୍ରେମୀ

ସାରନଗରୀ: ଆଜି ଅପରାହ୍ଣରେ ଦକ୍ଷିଣ ରାଉରକେଲା ସ୍ଥିତ ସାରନଗରୀ ସାଇଧାମ ଟ୍ରଷ୍ଟ ପକ୍ଷରୁ ସାଇବାବାଙ୍କ ଭବ୍ୟ ପାଲିଙ୍କି ଯାତ୍ରା ସାଇବାବା ମନ୍ଦିର ପ୍ରାଙ୍ଗଣରେ ନିରାଡମ୍ବର ଭାବେ ପାଳିତ ହୋଇ ଯାଇଛି। ସାଇବାବାଙ୍କ ଭବ୍ୟ ପାଲିଙ୍କିକୁ ଅଳ୍ପ ସଂଖ୍ୟକ ଭକ୍ତଙ୍କ ମେଳରେ ମନ୍ଦିର ପରିସରରେ ଥିବା ଚାଉଡ଼ି, ଲେଣ୍ଡିବାଗ ସ୍ଥଳକୁ ପରିକ୍ରମା କରି ନିଆଯିବା ପରେ ପାଲିଙ୍କି ପୁଣିଥରେ ମନ୍ଦିରକୁ ଫେରି ଆସିଥିଲା। ଅନ୍ୟାନ ପୂଜା କାର୍ଯ୍ୟ ସମ୍ପନ୍ନ ପରେ ସାଇବାବା ଆସ୍ଥାନରେ ବିରାଜିତ ହୋଇଥିଲେ। ଏହାପରେ ସାଇବାବାଙ୍କ ପାଲିଙ୍କି ଯାତ୍ରା କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ମନ୍ଦିର ପରିସରରେ ନିରାଡମ୍ବର ଭାବେ ପାଳନ କରାଯାଇଥିଲା ।

 

- Advertisement -

କେବଳ ରିତୀନୀତି ଓ ବିଧି ଅନୁଯାୟୀ ପୂଜକଙ୍କ ଦ୍ୱାରା ସାଇବାବାଙ୍କ ଆରାଧନା ହୋଇଥିଲା। ପାଲିଙ୍କି ଯାତ୍ରା ବିଧି ଅନୁଯାୟୀ ପୂର୍ବାହ୍ନ ପ୍ରାୟ ୧୧ ଘଟିକାରେ ସାରନଗରୀ ନିକଟସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଅଣାଯିବା ପରେ ପାଲିଙ୍କି ଯାତ୍ରା କାର୍ଯ୍ୟକ୍ରମ ଅପରାହ୍ନ ପ୍ରାୟ ୫ଟାରେ ଶୁଭାରମ୍ଭ କରାଯାଇଥିଲା । ଏହା ପୂର୍ବରୁ ମନ୍ଦିର ପରିସରରେ ସାଇବାବାଙ୍କୁ ବିଭିନ୍ନ ପୁଷ୍ପରେ ସୁସଜ୍ଜିତ କରାଯିବା ସହ ପୂଜାର ସମସ୍ତ ବିଧି ମନ୍ଦିରର ପୂଜକ ରବୀନ୍ଦ୍ର ନାୟକଙ୍କ ଦ୍ୱାରା କରାଯାଇଥିଲା । ସବୁଦିନ ପରି ପ୍ରାତଃ ୫.୩୦ ମିନିଟରେ କାକଡ଼ ଆରତୀ, ମଧ୍ୟାହ୍ନ ଆରତୀ, ସଂଧ୍ୟା ଆରତୀ ଓ ଶେଷରେ ସାଇବାବାଙ୍କ ଶେଯ ଆରତୀ ରୀତିନୀତିରେ ସମ୍ପାଦନ କରାଯାଇଥିଲା। କୋଭିଡ଼ କଟକଣା ଯୋଗୁ ଚଳିତ ବର୍ଷ ମନ୍ଦିର ପରିସରରେ ଭଜନ ସମାରୋହ, କିର୍ତନ, ପ୍ରବଚନ ଆଦିକୁ ସ୍ଥଗିତ ରଖାଯାଇଥିଲା। ସଂଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ବିତରଣ କରାଯାଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସଦସ୍ୟ ଓ ସାଇ ପରିବାରର ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିବା ସହ ସାଇବାବାବାଙ୍କ ଅଶେଷ କରୁଣା ଲାଭ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories