www.samajalive.in
Monday, December 8, 2025
14.1 C
Bhubaneswar

‘ମାନବିକତା’ ପକ୍ଷରୁ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ, ୨୩ ୟୁନିଟ ରକ୍ତ ସଂଗୃହୀତ

ସାରନଗରୀ : ସାରନଗରୀ ପୂର୍ଣ୍ଣାନନ୍ଦ ମାର୍କେଟ ନିକଟ ପାଣିଟାଙ୍କି ପଡ଼ିଆ ଠାରେ ମଙ୍ଗଳବାର ଏକ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସହରର ଜଣାଶୁଣା ସାମାଜିକ ଅନୁଷ୍ଠାନ ‘ମାନବିକତା’ ପକ୍ଷରୁ ଚଳିତ ବର୍ଷର ୧୦ମ ପର୍ଯ୍ୟାୟ ‘ଜୀବନଧାରା’ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ସାମାଜିକ କର୍ମୀ ଅଶୋକ ସାମଲଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ରକ୍ତାଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ରଘୁନାଥପାଲୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ‘ମାନବିକତା’ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ ସେଠୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ବୁନ୍ଦାଏ ରକ୍ତ ଦ୍ୱାରା ଅନ୍ୟ ଜଣଙ୍କୁ ଏକ ନୂତନ ଜୀବନ ମିଳିଥାଏ, ରକ୍ତଦାନ ଏକ ମହାପୂଣ୍ୟ ବୋଲି ଶ୍ରୀ ସେଠୀ ତାଙ୍କ ବକ୍ତ୍ୟବରେ ପ୍ରକାଶ କରିଥିଲେ। ରାଉରକେଲା ସରକାରୀ ହସ୍ପିଟାଲର ଡାକ୍ତର ମୀରା ଶେଷମଲ୍ଲଙ୍କ ତତ୍ୱାବଧାନରେ ରକ୍ତଦାନ ଶିବିର ପରିଚାଳନା କରାଯାଇଥିବା ବେଳେ, ଅନ୍ୟ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ମୋଟ ୨୩ ୟୁନିଟ ରକ୍ତ ସ୍ୱେଚ୍ଛାକୃତ ରକ୍ତଦାତା ମାନଙ୍କ ଠାରୁ ସଂଗୃହୀତ ହୋଇଥିଲା। ସ୍ଥାନୀୟ ଅଂଚଳର ଯୁବକ ଓ ସାମାଜିକ କର୍ମୀ ମାନେ ସ୍ୱତଃପ୍ରବୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ଗଦାଧର ନାୟକ, ମହେନ୍ଦ୍ର କୁମ୍ଭାର, ସୁଶାନ୍ତ ମଲ୍ଲିକ, ଚିତରଂଜନ ପରିଡ଼ା, ସୌମ୍ୟରଂଜନ ପଣ୍ଡା, ବିଜୟ ପ୍ରହରାଜ ଓ ଅନ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories