www.samajalive.in
Sunday, December 14, 2025
17.1 C
Bhubaneswar

ସୃଜନୀ ସାହିତ୍ୟ ସଂସଦର ସାରସ୍ୱତ ସମାରୋହ, ‘କବିତା ସ୍ୱତଃସ୍ପୂର୍ତ ଭାବନାର ଅନ୍ତରୀଣ ଉଚ୍ଚ୍ୱାସ’

ସାରନଗରୀ,: ଦେଓଗାଁସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୃଜନୀ ସାହିତ୍ୟ ସଂସଦର ସାରସ୍ୱତ ସମାରୋହ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ସଭାପତି ସଚ୍ଚିନ୍ଦ୍ର ସ୍ୱାଇଁ ସଭାପତିତ୍ୱ କରିଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କବି ଇଂ ବିଜୟ କୁମାର ସେନାପତି, ମୁଖ୍ୟବକ୍ତା ଭାବେ ସମାଜସେବୀ ବିଚିତ୍ରା ନନ୍ଦ ସାହୁ, ସମ୍ମାନୀତ ଅତିଥି ଭାବେ କବି ଭୋଳେଶ୍ୱର ବେହେରା ଯୋଗ ଦେଇ କାର୍ୟ୍ୟକ୍ରମର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲ। ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ରବୀନ୍ଦ୍ର ବେହୁରିଆ ସ୍ୱାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଆଲୋଚନାର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ସୃଜନୀ ସାହିତ୍ୟ ସଂସଦର ପ୍ରାକ୍ତନ ସଭାପତି ତଥା ଉପଦେଷ୍ଟା ଅମରେନ୍ଦ୍ର ପ୍ରସାଦ ସାହୁଙ୍କ ସହଧର୍ମିଣୀ ସ୍ୱର୍ଗତା ଅବଳା ସୁନ୍ଦରୀ ସାହୁଙ୍କ ବିୟୋଗରେ ତାଙ୍କର ଗୁଣଗାନ କରାଯାଇ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲ।

 

- Advertisement -

ସାହିତ୍ୟର ଆଧ୍ୟାତ୍ମିକ ଶୀର୍ଷକ ଆଲୋଚନାରେ ବକ୍ତାମାନେ ବିସ୍ତୃତ ଆଲୋଚନା କରିଥିଲେ। ଭଲ ପାଠକ ଓ ସ୍ରୋତା ସୃଷ୍ଟି ହେଲେ ସାହିତ୍ୟ ଓ ଭାଷା ସମୃଦ୍ଧ ହେବ। ତେଣୁ ବୋଧଗମ୍ୟ ଓ ସମସ୍ତଙ୍କ ମନକୁ ପାଇଲା ପରି ସାହିତ୍ୟ ସୃଷ୍ଟି ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଦ୍ୱିତୀୟ ପର୍ୟ୍ୟାୟରେ ଡ଼ଃ. ମଞ୍ଜୁ ଶର୍ମା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ସାବିତ୍ରୀ ସେନାପତିଙ୍କ ଆତିଥ୍ୟରେ, କବି ସୁଶାନ୍ତ ନାୟକ ସଂଯୋଜନାରେ କବିତା ପାଠ କରାଯାଇଥିଲ। କବି ଅଭୟ କୁମାର ସାହୁ,ଜାନକୀ ସାହୁ,ମୀରା ମଲ୍ଲିକ, ଆରତୀ ବେହେରା, ସୁଚିସ୍ମିତା ପଣ୍ଡା, ଆଦିତ୍ୟ ଷଢଙ୍ଗୀ, ଅଭିମନ୍ୟୁ ବେହେରା, ଲକ୍ଷ୍ମୀ ପଣ୍ଡା, ଦେବାଶିଷ ପଣ୍ଡା, ବିଜୟ ସେନାପତି ଆଦି କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବ ଚରଣ ବିଶ୍ୱାଳ, ଲକ୍ଷ୍ମୀଧର ସ୍ୱାଇଁ, ବେଣୁଧର ମଲ୍ଲ, ବଳରାମ ଦାଶ, ସୁନୀଲ ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ କବି ଆଦିତ୍ୟ କୁମାର ଷଢଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories