www.samajalive.in
Saturday, December 6, 2025
15.1 C
Bhubaneswar

ପର୍ଯ୍ୟଟନ ସ୍ଥଳିର ମୁଖ୍ୟ ଆକର୍ଷଣ ସନ୍ତରଣାଗାର

ଟିଟିଲାଗଡ଼ : ପଶ୍ଚିମ ଓଡିଶାର ଏକ ପ୍ରମୁଖ ରେଳ ଜଙ୍କସନ, ରାଜ୍ୟର ଅନ୍ୟତମ ବୃହତମ ଉପଖଣ୍ଡ ମୁଖ୍ୟାଳୟ ତଥା ଏକ ବ୍ୟବସାୟିକ ପେଣ୍ଠସ୍ଥଳ ଭାବରେ ଟିଟିଲାଗଡ ସହରର ଖ୍ୟାତି ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଟିଟିଲାଗଡ କୁମୁଡା ପାହାଡ ଶୈବ କ୍ଷେତ୍ରକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ସହ ସହରର କଳେବର ବୃଦ୍ଧି ପାଇଁ ଯୋଜନା ହୋଇଛି। ଏ ପରିପ୍ରେକ୍ଷୀରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରଚେଷ୍ଟାରେ ପର୍ଯ୍ୟଟନ କ୍ଷେତ୍ର କୁମୁଡା ପାହାଡ ତଥା ଏହାର ପାଦ ଦେଶରେ ରହିଥିବା ଦେବନ୍ଧ ସାଗରର ଠିକ ମଧ୍ୟ ଭାଗରେ ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୌର ପରିଷଦ ଜରିଆରେ ସନ୍ତରଣାଗାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହରରେ ସନ୍ତରଣ କ୍ରୀଡାର ବିକାଶ ତଥା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବୋଲି ଉତ୍ସାହ ସୃଷ୍ଟି କରିଛି। ତେବେ ୨୦୧୯ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ କାରଣ ଯୋଗୁଁ ବିଳମ୍ବିତ ହୋଇଛି। କରୋନା ନେଇ ଦୀର୍ଘ ମାସ ଧରି କାର୍ଯ୍ୟ ବନ୍ଦ ରହିଥିଲା। ଅପରପକ୍ଷରେ ଆବଶ୍ୟକ ପାଣ୍ଠି ଅଭାବ ଯୋଗୁଁ ଉପ ଜିଲାପାଳ ତଥା ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ସୌମେଶ ଉପାଧ୍ୟାୟ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସନ୍ତରଣାଗାର ନିର୍ମାଣ ନେଇ ବ୍ୟୟ ଅଟକଳ ୯୦ ଲକ୍ଷ ଟଙ୍କାରୁ ଅଦ୍ୟାବଧି ୪୨ ଲକ୍ଷ ଅର୍ଥ ଆସିଥିବା ଜଣାପଡିଛି। ତେବେ ରାଜ୍ୟ କ୍ରୀଡା ମନ୍ତ୍ରୀଙ୍କ ଟିଟିଲାଗଡ ଗସ୍ତ ସହ ପାଣ୍ଠି ନେଇ ସବୁଜ ସଙ୍କେତ ପରେ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। ମନ୍ତ୍ରୀ ଶ୍ରୀମତି ସାହୁ ଟିଟିଲାଗଡ ଅଞ୍ଚଳର ବିକାଶ ପାଇଁ ଅର୍ଥ ଅନ୍ତରାୟ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନିକଟରେ ବଲାଙ୍ଗିର ଜିଲାପାଳ ଶ୍ରୀ ରାଣା ଟିଟିଲାଗଡ ଗସ୍ତ ସହ ପୌରାଂଚଳରେ ଜାରି ରହିଥିବା ସମସ୍ତ କାର୍ଯ୍ୟ ଶୀଘ୍ର ଶେଷ କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଶ୍ରୀବୃଦ୍ଧି ପାଇଁ ଡିପିଆର ପ୍ରସ୍ତୁତ ସହ ଆନୁସାଙ୍ଗିକ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories