www.samajalive.in
Friday, December 5, 2025
20.1 C
Bhubaneswar

ଆସନ୍ତାକାଲିଠାରୁ ଧବଳେଶ୍ୱର ପୀଠରେ ପଞ୍ଚକ ଓ ବଡଓଷା ଯାତ୍ରା, ଘରେ ରହି ପ୍ରାର୍ଥନା କରିବାକୁ ଶ୍ରଦ୍ଧାଳୁଙ୍କୁ ପ୍ରଶାସନର ନିବେଦନ

ଗୁରୁଡିଝାଟିଆ: ଧବଳେଶ୍ୱର ମହାଦେବଙ୍କ ପଞ୍ଚକ ଓ ବଡଓଷା ଯାତ୍ରା ଆସନ୍ତାକାଲି(ବୁଧବାର)ଠାରୁ ଆରମ୍ଭ ହେବ। ଚଳିତବର୍ଷ ୬ଦିନ ପଞ୍ଚକ ପଡୁଥିବାରୁ ଧବଳେଶ୍ୱରଙ୍କ ବଡଓଷା ଓ ପଞ୍ଚକ ଯାତ୍ରା ନଭେମ୍ବର ୩୦ (ସୋମବାର)ରେ ଶେଷ ହେବ। ନଭେମ୍ବର ୨୮(ଶନିବାର)ଧବଳେଶ୍ବର ମହାଦେବଙ୍କ ବଡଓଷା। ବିଳମ୍ବିତ ରାତିରେ ଧବଳେଶ୍ବରଙ୍କ ନିକଟରେ ଗଜଭୋଗ ଅର୍ପଣ କରାଯିବ। ଏହାପରେ ପୂଜକ ପରିବାର ପକ୍ଷରୁ ବିଭିନ୍ନ ଗାଁମାନଙ୍କୁ ଗଜଭୋଗ ବିତରଣ କରିବେ।
କରୋନା ମହାମାରୀ ପାଇଁ ଚଳିତବର୍ଷ ସର୍ବସାଧାରଣ ଓ ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱରଙ୍କ ଦର୍ଶନକୁ ବାରଣ କରାଯାଇଛି। ସେଥିପାଇଁ ପୀଠକୁ ନଆସି ଘରେ ରହି ଧବଳେଶ୍ୱରଙ୍କୁ ପୂଜା ଏବଂ ପ୍ରାର୍ଥନା କରିବା ପାଇଁ ପ୍ରଶାସନ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି।
ଏଥିନେଇ ମଞ୍ଚେଶ୍ୱର ବିଟହାଉସ ନିକଟରେ ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଯେପରି ଭାବରେ ଧବଳେଶ୍ବର ପୀଠକୁ କୌଣସି ଶ୍ରଦ୍ଧାଳୁ ନଆସିବେ ସେଥିପାଇଁ ପଦକ୍ଷେପ ନିଆଯାଇଛି। ଭୂୟାଁଯୋରଠାରୁ ନାରଙ୍ଗବସ୍ତ ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି ଓ ଏହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏ ସଂକ୍ରାନ୍ତରେ ସର୍ବସାଧାରଣଙ୍କୁ ଅବଗତ କରିବା ନିମନ୍ତେ ଗୁରୁଡିଝାଟିଆ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ବ୍ୟବସ୍ଥା କରାଯାଇଛି।
ଧବଳେଶ୍ୱରଙ୍କ ପଞ୍ଚକ ଓ ବଡଓଷା ଯାତ୍ରା ସଂପୂର୍ଣ୍ଣଭାବରେ ଶ୍ରଦ୍ଧାଳୁ ଓ ଭକ୍ତବିହୀନ ହେବ। ଧବଳେଶ୍ବରଙ୍କ ସମସ୍ତ ନୀତିକାନ୍ତି, ବଡସିଂହାର ବେଶ, ନାଗାର୍ଜୁନ ବେଶ, ଯୋଗୀବେଶ ଆଦି ପୂଜକ ସମିତିର କର୍ମକର୍ତ୍ତା ଓ ଦେବୋତ୍ତର ଅଧିକାରୀଙ୍କ ଉପସ୍ଥିତିରେ ସଂପନ୍ନ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ପୀଠ ପରିସରକୁ କୌଣସି ଶ୍ରଦ୍ଧାଳୁ ଯେପରି ନଯାଇପାରିବେ ସେଥିପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୧୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ୩ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର, ୬୦ଜଣ ସବଇନ୍ସପେକ୍ଟର, ସହକାରୀ ସବଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି।
ବୈଠକରେ ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆ, ଚୌଦ୍ୱାର ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଳ, ଉପଖଣ୍ଡ ସୁଚନା ଲୋକ ସଂପର୍କ ଅଧିକାରୀ ଶାରଦା ପ୍ରସାଦ ମହାନ୍ତି, ଗୁରୁଡିଝାଟିଆ ଥାନା ଅଧିକାରୀ ସମୀର କୁମାର ପଣ୍ଡା, ସବଇନ୍ସପେକ୍ଟର ଶଙ୍କର୍ଷଣ ମିଶ୍ର, ଧବଳେଶ୍ୱର ବିଟ ହାଉସ ଅଧିକାରୀ ବସନ୍ତ କୁମାର ସାଠୁଆ, ଧବଳେଶ୍ୱର ପୂଜକ ସମିତି ସଭାପତି ବିଷ୍ଣୁ ଚରଣ ପତ୍ରୀ, ସଂପାଦକ ନରେନ୍ଦ୍ର ପଣ୍ଡା, ପରମାନନ୍ଦ ପତ୍ରୀ, ସୁଶାନ୍ତ କୁମାର ପତ୍ରୀ, ସ୍ଥାନୀୟ ସରପଞ୍ଚ ପ୍ରିୟବ୍ରତ ସାହୁ, ସମିତିସଭ୍ୟ ଅଶୋକ କୁମାର ଖଟୁଆ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories