ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ନେଇ ସମସ୍ତଙ୍କୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

ସମାଜ ପୋର୍ଟାଲ ଡେସ୍କ : ଚଳିତ ବର୍ଷ ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ହୋଇଥିବାରୁ  ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ସ୍ବମୀ ନିଶ୍ଚଳାନନ୍ଦ ସରସ୍ବତୀ ସମସ୍ତଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିନା ଭକ୍ତରେ ରଥଯାତ୍ରା ହୋଇଥିବା ନେଇ ଶଙ୍କରାଚାର୍ଯ୍ୟ ପ୍ରଶଂସା କରିଛନ୍ତି। ରଥଯାତ୍ରାରେ ଜଡିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଶଙ୍କରାଚାର୍ଯ୍ୟ ପ୍ରଶଂସା କରିଛନ୍ତି। ସମୟୋଚିତ ପଦକ୍ଷେପ ଯୋଗୁ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ମଧ୍ୟ ଶଙ୍କରାଚାର୍ଯ୍ୟ ପ୍ରଶଂସା କରିଛନ୍ତି।

prayash

ସଠିକ ସମୟରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଥିବାରୁ ସୁପ୍ରିମ କୋର୍ଟର ପ୍ରଧାନବିଚାରପତି ଏବଂ ଅନ୍ୟ ବିଚାରପତିମାନଙ୍କୁ ଶଙ୍କରାଚାର୍ଯ୍ୟ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ମଧ୍ୟ ଲୋକଙ୍କୁ ଉତ୍ସାହିତ କରିଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଗଜପତି, ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଶଙ୍କରାଚାର୍ଯ୍ୟ ସାଧୁବାଦ ଜଣାଇଛନ୍ତି।

kalyan agarbati

Comments are closed.