ବହିଷ୍କୃତ ପୁଲିସ ଅଧିକାରୀ ସଞ୍ଜୀବ ଭଟ୍ଟ ଗିରଫ

0

ନୂଆଦିଲ୍ଲୀ : ଗୁଜରାଟର ବହିଷ୍କୃତ ବରିଷ୍ଠ ପୁଲିସ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ୨୨ ବର୍ଷ ପୁରୁଣା ଏକ ମାମଲାରେ ବୁଧବାର ଗିରଫ କରାଯାଇଛି। ସମରସିଂହ ରାଜପୁରୋହିତ ନାମକ ଜଣେ ଓକିଲଙ୍କୁ ଗିରଫ କରିବା ଲାଗି ଜାଣିଶୁଣି ସେ ରହୁଥିବା ହୋଟେଲ ଗୃହରେ ନିଶାଦ୍ରବ୍ୟ ରଖାଇଥିବା ଅଭିଯୋଗରେ ଭଟ୍ଟଙ୍କ ସମେତ ବଂଶକଣ୍ଠ ଥାନାରେ ତତ୍‍ସମୟରେ ନିଯୁକ୍ତ ଅନ୍ୟ ୭ ଜଣ ପୂର୍ବତନ ପୁଲିସ କର୍ମଚାରୀଙ୍କୁ ସିଆଇଡି ଅଟକ ରଖି ଜେରା କରିଥିଲା। ଜେରା ପରେପରେ ସିଆଇଡି ଭଟ୍ଟଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ସିଆଇଡି ପୁଲିସ ମହାନିର୍ଦେଶକ ଆଶିଷ ଭାଟିଆ ସୂଚନା ଦେଇଛନ୍ତି।୧୯୯୬ରେ ବଂଶକଣ୍ଠ ଥାନା ଅଧିକାରୀ ଥିବା ବେଳେ ଏହି ଘଟଣା ଘଟିଥିଲା। ଭଟ୍ଟଙ୍କୁ ୨୦୧୫ରେ ଚାକିରିରୁ ନିଲମ୍ବିତ କରାଯାଇଥିଲା।

Leave A Reply