ଟିଟିଲାଗଡ଼: ଲାୟନ୍ସ ଡିଷ୍ଟ୍ରିକ୍ଟ ପକ୍ଷରୁ ୩୬ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ୧୫୦ଟି ସାନିଟାରି ଭେଣ୍ଡିଂ ମେସିନ ପ୍ରତିଷ୍ଠା ଯୋଜନାକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ମଙ୍ଗଳବାର ଟିଟିଲାଗଡ ଠାରେ ଉଦଘାଟନ କରିଛନ୍ତି। ସ୍ଥାନୀୟ ବାଳିକା ହାଇସ୍କୁଲ ଏବଂ ମହିଳା ମହାବିଦ୍ୟାଳୟରେ ଦୁଇଟି ଭେଣ୍ଡିଂ ମେସିନ ମନ୍ତ୍ରୀ ଲୋକାର୍ପିତ କରିଛନ୍ତି। କାର୍ୟ୍ୟକ୍ରମରେ ଲାୟନ୍ସ କ୍ଲବ, ଟିଟିଲାଗଡ ଶାଖା ଅଧ୍ୟକ୍ଷା ବିନ୍ଦୁ ସାହୁ, ସମ୍ପାଦକ ମଦନ ପୃଷ୍ଟି, ଲାୟନ୍ସ ପ୍ରଭାସ ସାହୁ, ରତ୍ନାକର ସାହୁ ଏବଂ ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସ୍ନିଗ୍ଧାଞ୍ଜଳି ମହାନ୍ତି ହାଇସ୍କୁଲ ତଥା କଲେଜର ଅଧ୍ୟାପାକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ।
ଲାୟନ୍ସ କ୍ଲବ ପକ୍ଷରୁ ସାନିଟାରି ଭେଣ୍ଡିଂ ମେସିନ ଲୋକାର୍ପିଣ କଲେ ମନ୍ତ୍ରୀ ଟୁକୁନୀ ସାହୁ
Popular Categories



