ମଧୁସେତୁ ପାଲଟିଛି ବାଇକ ଚାଳକଙ୍କ ପାଇଁ ମୃତ୍ୟୁର ଯନ୍ତା
ଜମିଥିବା ବାଲି ଓ ବର୍ଷାପାଣି ନିଷ୍କାସନ ହେବ କେବେ?
ଗୁରୁଡିଝାଟିଆ : ମହାନଦୀରେ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ପଶ୍ଚିମ ଓଡିଶା ସହିତ ରାଜଧାନୀ ଭୂବନେଶ୍ୱର ଓ କଟକକୁ ସ୍ୱଳ୍ପ ଦୂରତା ହୋଇଥିବାରୁ ଶହଶହ ସଂଖ୍ୟାରେ ଗାଡି ଚଳାଚଳ କରୁଛି । ଏହି ସେତୁ ପାର୍ଶ୍ବରେ ଦୀର୍ଘଦିନ ଧରି ବାଲି ଜମିରହିବା ସହିତ ବର୍ଷାପାଣି ନିସ୍କାସନ ହୋଇପାରୁନଥିବାରୁ ବାଇକ ଚାଳକମାନେ ପଡି ହତାହତ ହେଉଛନ୍ତି । ଅନେକ ସମୟରେ ଚାରିଚକିଆ ଯାନ ଯିବା ସମୟରେ ଜମି ରହିଥିବା ବର୍ଷାଜଳ ସଂସ୍ପର୍ଶରେ ଆସି ଛିଟିକି ପଡିବାରୁ ବାଇକ ଆରୋହୀ ଓଦା ହୋଇଯିବା ସହ ପିନ୍ଧିଥିବା ପୋଷାକ ଅପରିଷ୍କାର ହୋଇପଡୁଛି । ଏହି ସେତୁଟି ଗ୍ରାମାଞ୍ଚଳରୁ ସହରକୁ ଯୋଗାଯୋଗ ପାଇଁ ଏକ ଜୀବନରେଖା ପାଲଟିଛି। ଗ୍ରାମାଞ୍ଚଳର ଜନସାଧାରଣ ଦୈନନ୍ଦିନ ଏହି ସେତୁ ଦେଇ ଯାଆ ଆସ କରିଥାଆନ୍ତି। ବିଦ୍ୟାର୍ଥୀମାନେ ବାଇକ ଓ ସାଇକେଲ ଯୋଗେ ଶିକ୍ଷାନୁଷ୍ଠାନକୁ ଅଧ୍ୟୟନ ପାଇଁ ଯାଉଛନ୍ତି । କିନ୍ତୁ ସେତୁରେ ମାସମାସ ଧରି ବାଲି ଜମି ରହିବା ସାଙ୍ଗକୁ ବର୍ଷାଜଳ ନିଷ୍କାସିତ ହୋଇପାରୁ ନଥିବାରୁ ସେମାନଙ୍କ ପାଇଁ ବିପଦ ଦେଖାଦେଇଛି । ଜିଲ୍ଲା ପ୍ରଶାସନ କିମ୍ବା ରାସ୍ତା ଓ କୋଠାବାଡି ବିଭାଗର ବିଭାଗୀୟ ଅଧିକାରୀମାନେ ଏହି ସେତୁ ଦେଇ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛନ୍ତି । ହେଲେ ଏତିପ୍ରତି କାହାର ନିଘା ନାହିଁ ବୋଲି ସାଧାଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ବିଭାଗୀୟ ଓ ପ୍ରଶାସନର ଉଦାସୀନତାକୁ ନେଇ ସାଧାରଣ ଜନତା ପ୍ରଶ୍ନ ଉଠାଇବା ସହ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ।
Comments are closed.