www.samajalive.in
Saturday, December 6, 2025
17.1 C
Bhubaneswar

ଫେବୃଆରୀ ୭ରେ ବଡପରଦାକୁ ଆସୁଛି ଓଡ଼ିଆ ସିନେମା ସନାତନୀ

ଭୁବନେଶ୍ଵର: ଆସନ୍ତା ଫେବୃଆରୀ ୭ ତାରିଖରେ ବଡପରଦା କୁ ଆସୁଛି ଓଡ଼ିଆ ସିନେମା ସନାତନୀ। ଏନେଇ ଏହାର ଟ୍ରେଲର ଓ ପୋଷ୍ଟର ରିଲିଜ୍ ସହ ତାରିଖ ଘୋଷଣା ହୋଇଛି । ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ବିଦିଶା କ୍ରାଫ୍ଟ ବ୍ୟାନର୍‌ରେ ବରିଷ୍ଠ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ପ୍ରଯୋଜନା ରେ ଏହି ସିନେମା ନିର୍ମାଣ ହୋଇଛି । ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବାସୁଦେବ ବରାଡ଼ । ମାନସ ରଞ୍ଜନ ସାମଲ ଏବଂ ଦୀପ୍ତି ପଟ୍ଟନାୟକ ଫିଲ୍ମର ସଂଳାପ ଲେଖିଛନ୍ତି। ଡା. ନିର୍ମଳ ନାୟକ ଗୀତ ରଚନା  କରିଥିବା ବେଳେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମ୍‌ଦାର୍। ଏହାର କାହାଣୀ ମୁଖ୍ୟତଃ ଧର୍ମାନ୍ତୀକରଣ ଉପରେ ପର୍ଯ୍ୟବେସିତ। କିନ୍ତୁ ତାକୁ ସକରାତ୍ମକ ଭାବେ ଉପସ୍ଥାପିତ କରା‌ଯିବ, ଯେପରି କାହାକୁ ଆଘାତ ପହଞ୍ଚିବ ନାହିଁ । ଏପରିକି କୌଣସି ଧର୍ମକୁ ବି ଆକ୍ଷେପ କରାଯାଇନାହିଁ । ଏଥିରେ ଓଲିଉଡ୍‌ର ଆଗଧାଡ଼ିର ନାୟକ ସମ୍ବିତ୍‌ଙ୍କୁ ଏକ ଭିନ୍ନ ଚରିତ୍ର ଓ ଗେଟଅପ୍ ଦର୍ଶକ ଦେଖିବାକୁ ପାଇବେ । ଏବଂ ତାଙ୍କ ନାୟିକା ରହିଛନ୍ତି ଆର୍ଲିନ୍ ଅଙ୍କିତା। ସମ୍ବିତ- ଆର୍ଲିନ୍‌ଙ୍କ ବ୍ୟତୀତ ଅନ୍ୟାନ୍ୟ ମୁଖ୍ୟ ଚରିତ୍ରରେ ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍, ଗୋପାଳ ପ୍ରକାଶ ମହାନ୍ତି ଓ ବବ୍‌ଲୁ ଅଭିନୟ କରୁଛନ୍ତି। ଫିଲ୍ମଟି ବର୍ଷେ ପୂର୍ବରୁ ତିଆରି ହୋଇସାରିଥିବାବେଳେ କିଛି ସେନ୍ସର ଇସୁ ଥିବାରୁ ମୁକ୍ତିଲାଭ ହୋଇପାରିନଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories