ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ସମୂହ ଦୀପଦାନ
ଚୌଦ୍ୱାର : ଭାରତ ବର୍ଷରେ ଦ୍ୱିତୀୟ ଦୀର୍ଘକାଳୀନ ଅବଧି ଅତିକ୍ରମ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରି ସମୂହ ଦୀପଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ୨୩ବର୍ଷ ୧୩୮ଦିନ ଏହି ସମୟସୀମାକୁ ଅତିକ୍ରମ କରି ଭାରତବର୍ଷରେ ଦ୍ୱିତୀୟ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ଏହା ସାଢେ ୪କୋଟି ଜନସାଧାରଣଙ୍କ ଗର୍ବ ଓ ଗୈାରବର କଥା।
ସେଥିପାଇଁ ବିଜୁ ଜନତା ଦଳ, ଚୌଦ୍ୱାର-କଟକ ତରଫରୁ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ଆହ୍ୱାନ କ୍ରମେ ବାଣିପଦା ଗ୍ରାମପଂଚାୟତସ୍ଥିତ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ଦାନ କରି ତାଙ୍କର ଦୀର୍ଘାୟୁ ଜୀବନ କାମନା କରିଥିଲେ। ଆଗାମୀ ଦିନରେ ସିକ୍କିମ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗଙ୍କ ସମୟସୀମା ୨୪ବର୍ଷ ୧୬୬ଦିନକୁ ଅତିକ୍ରମ କରି ଭାରତ ବର୍ଷରେ ଏକ ନମ୍ବର ଦୀର୍ଘକାଳୀନ ଅବଧି ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଦୀର୍ଘ୨୬ବର୍ଷର ଜନସେବା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ଜନସେବାରେ ଜୀବନ ଉତ୍ସର୍ଗକରି ସ୍ୱଚ୍ଛ ଶାସନ, ସୁଶାସନ ଦେଇ ଚାଲନ୍ତୁ ଓ ସୁସ୍ଥ ନିରାମୟ ଜୀବନ ଯାପନ କରନ୍ତୁ ବୋଲି ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ବାଣିପଦା ଗ୍ରାମପଂଚାୟତର କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏକ ସାଧାରଣ ସଭାରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଚୈାଦ୍ୱାର ପୈାରପାଳିକାର ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, କଟକ ମହାନଗର ନିଗମର ଡେପୁଟୀ ମେୟର ଦମୟନ୍ତୀ ମାଝୀ, ସାଂସଦଙ୍କ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ଚୈାଦ୍ୱାର ନଗର ସଭାପତି ବିଷ୍ଣୁଚରଣ ପରିଡା, ଜିଲ୍ଲା ପରିଷଦ ସଦସ୍ୟା ଜୋତ୍ସାରାଣୀ ସୁବୁଦ୍ଧିରାୟ, ଚୌଦ୍ୱାର ପୌରପାଳିକାର କାଉନସିଲର ଦିଲ୍ଲୀପ ସାହୁ, ଅଜୟ କୁମାର ବେହେରା, ଆଶୁତୋଷ ଦାସ, ରାଜ୍ୟ ଯୁବ ଯୁଗ୍ମ ସଭାପତି ଅର୍ଜୁନ ପଣ୍ଡା, ଜିଲ୍ଲା ଯୁବ ସଭାପତି ସ୍ମୃତି ରଂଜନ ନାୟକ, ରାଜ୍ୟ ଛାତ୍ର ଉପସଭାପତି ଭବାନି ଶଙ୍କର ଦାସ, ଚୈାଦ୍ୱାର କଟକର ଯୁବ ସଭାପତି ଅଶୋକ ମିଶ୍ର, ଚୈାଦ୍ୱାର ଯୁବ ସଭାପତି ଶାରଦ ପ୍ରସାଦ ପରିଜା, ଛାତ୍ର ସଭାପତି ଭରତ ଚନ୍ଦ୍ର ସାହୁ, ଜିଲ୍ଲା ଯୁବ ଉପସଭାପତି ରାଜନ କାଦିର, ମହିଳା କମିଟିର ସବିତା ନାୟକ, କଲ୍ୟାଣୀ ଭୁୟାଁ, କଳ୍ପନା ଜେନା, ମିତାଲି ଭଞ୍ଜ, ଉତମା ବେହାରା, ରୋଜି ନାୟକ, ଅନୁପମା ବେହେରା, ଇତିଶ୍ରୀ ପଣ୍ଡା, ଚୈାଦ୍ୱାର ନଗର ମହିଳା ସଭାନେତ୍ରୀ କବିତାରାଣୀ ଲେଙ୍କା, ସାଙ୍ଗଠନିକ ସମ୍ପାଦିକା କଲ୍ୟାଣୀ ସାହାଣି, ତୀର୍ଥାନନ୍ଦ ସୁବୁଦ୍ଧିରାୟ, ଲକ୍ଷ୍ମଣ ରାଉତ, ମନୋରଂଜନ ସ୍ୱାଇଁ, ମହେନ୍ଦ୍ର ସାମଲ ଓ ଚୈାଦ୍ୱାର ନିର୍ବାଚନ ମଣ୍ଡଳୀର ପ୍ରାୟ ଏକ ହଜାରରୁ ଉଦ୍ଧ୍ୱର୍ ଯୁବ, ମହିଳା, ଛାତ୍ର କମିଟିର କର୍ମକର୍ତ୍ତା ବୃନ୍ଦ ଯୋଗଦେଇଥିଲେ ।
Comments are closed.