www.samajalive.in
Saturday, December 6, 2025
14.1 C
Bhubaneswar

ତିନୋଟି ରିଅର କ୍ୟାମେରା ସହ “ସାମସଙ୍ଗ ଗାଲାକ୍ସି ଏ-୪୧”ର ବଜାର ପ୍ରବେଶ

  • ସାମସଙ୍ଗ ଗାଲାକ୍ସି ଏ-୪୧ ଜାପାନରେ ଲଞ୍ଚ ହୋଇଛି।
  • ସାମସଙ୍ଗ ଗାଲାକ୍ସି ଏ-୪୧କୁ ଆଇପି ୬୮ ରେଟିଂ ମିଳିଛି।
  • ସାମସଙ୍ଗ ଗାଲାକ୍ସି ଏ-୪୧ରେ ମିଳିବ ଟ୍ରିପଲ୍ ରିଅର କ୍ୟାମେରା ।
    ନୂଆଦିଲ୍ଲୀ : ଜାପାନରେ ଗୁରୁବାର “ସାମସଙ୍ଗ ଗାଲାକ୍ସି ଏ-୪୧”ର ବଜାର ପ୍ରବେଶ ହୋଇଛି। “ସାମସଙ୍ଗ ଗାଲାକ୍ସି ଏ-୪୧” ହେଉଛି ଗତବର୍ଷ ଲଞ୍ଚ ହୋଇଥିବା ଗାଲାକ୍ସି ଏ-୪୦ର ଅପଗ୍ରେଡ୍ ସଂସ୍କରଣ। ଏଥିରେ ଟ୍ରିପଲ୍ ରିଅର କ୍ୟାମେରା ରହିଛି। ଏହାକୁ ଆଇପି ୬୮ ରେଟିଂ ମିଳିଛି। ଅର୍ଥାତ୍ ଏହି ଫୋନ୍ ଜଳ ଏବଂ ଧୂଳି ଦ୍ୱାରା ପ୍ରଭାବିତ ହେବ ନାହିଁ।
    “ସାମସଙ୍ଗ ଗାଲାକ୍ସି ଏ-୪୧”ମୂଲ୍ୟ ଏବଂ ଉପଲବ୍ଧତା
    ଏହି ଫୋନର ମୂଲ୍ୟ ବିଷୟରେ ସାମସଙ୍ଗ ଏପର୍ଯ୍ୟନ୍ତ କୌଣସି ନିଦ୍ଧିଷ୍ଟ ସୂଚନା ଦେଇନାହିଁ। ଯଦିଓ ଏହି ଫୋନଟି ଏନଟିଟି ଡ଼ୋକୋମର ଜାପାନିଜ ୱେବସାଇଟରେ ତାଲିକାଭୁକ୍ତ ହୋଇଛି। ଏହି ଫୋନ୍ କଳା, ନୀଳ ଏବଂ ଧଳା ରଙ୍ଗରେ ଉପଲବ୍ଧ ହେବ। ଏହି ଫୋନ ୨୫ ଜୁନ୍ ଠାରୁ ଜାପାନରେ ବିକ୍ରି ହେବ। ଯଦିଓ ଭାରତରେ ଏହାର ମୂଲ୍ୟ ଏବଂ ଉପଲବ୍ଧତା ବିଷୟରେ କୌଣସି ସୂଚନା ମଳିନାହିଁ।
    ଏହି ସାମସଙ୍ଗ ଫୋନରେ ୬.୧-ଇଞ୍ଚ ଫୁଲ୍ ଏଚଡି ପ୍ଲସ୍ ସୁପର ଏମୋଲେଡ ଡିସପ୍ଲେ ରହିଛି। ଏହା ବ୍ୟତୀତ ଏଥିରେ ଅକ୍ଟାକୋର ପ୍ରୋସେସର ଦିଆଯାଇଛି, ଯାହାର ମଡେଲ ଏବଂ ନାମ କମ୍ପାନି ଦ୍ୱାରା ଦିଆଯାଇ ନାହିଁ। ଏହା ୪ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜରେ ଉପଲବ୍ଧ ହେବ।
    ସାମସଙ୍ଗ ଗାଲାକ୍ସି ଏ-୪୧ର କ୍ୟାମେରା
    ଏହି ନୂତନ ସାମସଙ୍ଗ ଫୋନରେ ଟ୍ରିପଲ୍ ରିଅର କ୍ୟାମେରା ରହିଛି। ଯେଉଁଥିରେ ମୁଖ୍ୟ କ୍ୟାମେରା ହେଉଛି ୪୮ ମେଗାପିକ୍ସେଲ, ଦ୍ୱିତୀୟ ଲେନ୍ସ ହେଉଛି ୮ ମେଗାପିକ୍ସେଲ ଅଲଟ୍ରା ୱାଇଡ୍ ଆଙ୍ଗଲ୍ ଏବଂ ତୃତୀୟ ଲେନ୍ସ ୫ ମେଗାପିକ୍ସେଲର। ସେହିଭଳି ଫୋନରେ ୨୫ମେଗାପିକ୍ସେଲର ସେଲଫି କ୍ୟାମେରା ରହିଛି।
    ସାମସଙ୍ଗ ଗାଲାକ୍ସି ଏ-୪୧ର ବ୍ୟାଟେରି ଏବଂ ସଂଯୋଗୀକରଣ
    ଏହି ଫୋନରେ ୩ହଜାର ୫୦୦ଏମଏଚ୍ ବ୍ୟାଟେରି ରହିଛି। ଯାହା ୧୫ ୱାଟ ଫାଷ୍ଟ ଚାର୍ଜିଂକୁ ସମର୍ଥନ କରେ। ଫୋନରେ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନସର ମଧ୍ୟ ରହିଛି। ଏହା ବ୍ୟତୀତ ଏଥିରେ ଟାଇପ୍-ସି ଚାର୍ଜିଂ, ୪-ଜି ଏଲଟିଇ ଏବଂ ଏନଏଫସି ଭଳି ଫିର୍ଚର ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories