www.samajalive.in
Saturday, December 6, 2025
16.1 C
Bhubaneswar

ନବରାତ୍ରି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ୯ଟି ଇଚ୍ଛା

ନୂଆଦିଲ୍ଲୀ: କରୋନା ଭୂତାଣୁର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରି କେତେକ ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି। ଆସନ୍ତା ୨୨ ତାରିଖରେ ଦେଶରେ ‘ଜନତା କର୍ଫ୍ୟୁ’ ଲାଗୁ କରିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ସେ ନବରାତ୍ରି ଉପଲକ୍ଷେ ୯ଟି ଇଚ୍ଛା ପ୍ରକାଶ କରିଛନ୍ତି। ସେଗୁଡ଼ିକ ହେଲା:-

୧- ପ୍ରତ୍ୟେକ ଭାରତୀୟ ସଜାଗ ରୁହନ୍ତୁ, ସତର୍କ ରୁହନ୍ତୁ। ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଅତି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ବାହାରନ୍ତୁ ନାହିଁ।

- Advertisement -

୨- ୬୦ରୁ ୬୫ ବର୍ଷ ବୟସଠାରୁ ଅଧିକ ବୟସର ଲୋକମାନେ ଘରେ ରୁହନ୍ତୁ।

୩- ଆସନ୍ତା ରବିବାର ଅର୍ଥାତ ମାର୍ଚ୍ଚ ୨୨ ତାରିଖ ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା-କର୍ଫ୍ୟୁ ପାଳନ କରନ୍ତୁ।

୪- ମାର୍ଚ୍ଚ ୨୨ ସନ୍ଧ୍ୟା ୫ଟାରେ ୫ ମିନିଟ ପର୍ଯ୍ୟନ୍ତ କରତାଳି ଦେଇ ଅନ୍ୟମାନଙ୍କର ସେବା କରୁଥିବା ଲୋକମାନଙ୍କୁ କୃତଜ୍ଞତା ଜଣାନ୍ତୁ।

୫- ରୁଟିନ୍‌ ଚେକ୍‌ଅପ୍‌ ପାଇଁ ହସ୍ପିଟାଲ ଯାଆନ୍ତୁ ନାହିଁ। ଯେଉଁ ଅପରେଶନ ଅତ୍ୟନ୍ତ ଜରୁରୀ ନାହିଁ, ତାହାର ତାରିଖକୁ ଆଗକୁ କିଛି ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଅନ୍ତୁ।

୬- ଅର୍ଥ ମନ୍ତ୍ରୀଙ୍କ ନେତୃତ୍ଵରେ ଗଠିତ କୋଭିଡ-୧୯ ଇକୋନୋମିକ ରେସ୍ପନ୍‌ସେସ୍ ଟାସ୍କ ଫୋର୍ସଠାରୁ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରନ୍ତୁ।

୭- ବ୍ୟବସାୟ ଜଗତ, ଉଚ୍ଚ ଆୟ ବର୍ଗର ସଂସ୍ଥା କର୍ମଚାରୀଙ୍କ ବେତନ ନ କାଟନ୍ତୁ।

୮- ଦେଶବାସୀ ଭୟଭୀତ ହୋଇ ବଜାରରୁ ଅଧିକ ମାତ୍ରାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ଘରେ ଗଚ୍ଛିତ ନ କରନ୍ତୁ।

୯- ଆଶଙ୍କା ଏବଂ ଗୁଜବଠାରୁ ନିଜକୁ ଦୂରେଇ ରଖନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories