www.samajalive.in
Sunday, December 7, 2025
14.1 C
Bhubaneswar

ଅଶୁଭ ସୂଚନା: ନୀଳଚକ୍ର ବାନାରେ ଲାଗିଲା ନିଆଁ

ପୁରୀ : ମହାଦୀପ ଉଠିବା ବେଳେ ନୀଳଚକ୍ର ବାନାରେ ଲାଗିଲା ନିଆଁ। ଶ୍ରୀମନ୍ଦିରରେ ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଛି। ନୀଳଚକ୍ର ତଳେ ଲଗାଯାଇଥିବା ମାନସିକ ବାନା ପୋଡି ଯାଇଛି। ଆଜି ପାପମୋଚନ ଏକାଦଶୀ ତିଥିରେ ରାତି ପ୍ରାୟ ୭ଟା ୩୫ରେ ପାଳିଆ ସେବକ ମହାଦୀପ ଉଠାଇଥିଲେ। ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଜଳିବା ପରେ ସେଥିରୁ ପତିତପାବନ ବାନାକୁ ନିଆଁ ଧରିଯାଇଥିଲା। ସେତେବେଳେ ଝିପି ଝିପି ବର୍ଷାହେବା ସହ ପବନ ବହୁଥିଲା। ସେ ଦୀପ ରଖୁଥିବା ବେଳେ ମାନସିକ ବାନା ଉଡି ସେଥିରେ ଲାଗି ଯାଇଥିଲା। ନୀଳଚକ୍ରରେ ଲଗା ଯାଇଥିବା ବାନା ପୋଡୁଥିବା ଦେଖି ତଳେ ଛିଡା ହୋଇଥିବା ଭକ୍ତ ଏବଂ ସେବକମାନେ ବିଚଳିତ ହୋଇପଡିଥିଲେ। ଜଳିବା ପରେ ନିଆଁ ଝୁଲ ଶ୍ରୀମନ୍ଦିର ଭିତରେ ଓ ବାହାରେ ଉଡ଼ିବାର ଦେଖିବାକୁ ମିଳିଥିଲା। ଏହା କିଛି ସମୟ ପାଇଁ ଆତଙ୍କର ବାତାବରଣ ସୃଷ୍ଟି କରିଥିଲା। ଏହାକୁ ନେଇ ଉଦ୍‌ବେଗଜନକ ପରିସ୍ଥିତି ଲାଗି ରହିବା ପରେ ଶ୍ରୀମନ୍ଦିର ପ୍ରଶାସନ ଚୁନରା ସେବକମାନଙ୍କୁ ଅଁଳାବେଢ଼ାକୁ ପଠାଇଥିଲା। ଚୁନରା ସେବକମାନେ ଅଁଳାବେଢ଼ାକୁ ଯାଇ ସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ଏହି ବଡ଼ ଅଘଟଣ ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଶ୍ରୀମନ୍ଦିର ଇତିହାସରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। କେତେକ ବରିଷ୍ଠ ସେବକ ଏହା ଅଶୁଭ ସୂଚନା ବୋଲି ମତ ଦେଇଛନ୍ତି। ତେବେ ପତିତପାବନ ବାନା ସୁରକ୍ଷିତ ଥିବାରୁ ଶ୍ରୀଜୀଉଙ୍କ ସେବାପୂଜା ଏବଂ ନୀତିକାନ୍ତିରେ ବାଧା ସୃଷ୍ଟିହୋଇନାହିଁ।

ସୂଚନାଯୋଗ୍ୟ ରାଜ୍ୟରେ କରୋନା ଭାଇରସ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜାରି କରିଥିବା କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲାପ୍ରଶାସନ ପକ୍ଷରୁ ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଆସନ୍ତାକାଲିଠାରୁ ଜଗନ୍ନାଥଙ୍କ ଦର୍ଶନ ଏପ୍ରିଲ ୧ ଯାଏଁ ବନ୍ଦ ରହିବ। ଦର୍ଶନ ବନ୍ଦ ରହୁଥିଲେ ମଧ୍ୟ ଶ୍ରୀଜିଉଙ୍କ  ନୀତିକାନ୍ତି ଜାରି ରହିବ । ସେବାୟତମାନେ ବଡ଼ ଦେଉଳରେ ବଡ ଠାକୁରଙ୍କ ସେବା କରିବେ । କିନ୍ତୁ ଭୂତାଣୁଠାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories