ସାମସଙ୍ଗ୍‍ ଗାଲାକ୍ସି ଜେ-୮ ଏବଂ ଗାଲାକ୍ସି ଜେ-୪ ଫୋନ୍‍ରେ ପାଇପାରିବେ ରିଆତି

0

ନୂଆଦିଲ୍ଲୀ : ସାମସଙ୍ଗ୍‍ର ଦୁଇଟି ନୂଆ ଫୋନ୍‍ର ମୂଲ୍ୟରେ ହ୍ରାସ ଘଟିଛି। ଏହି ଫୋନ୍‍ ଦୁଇଟି ହେଉଛି ସାମସଙ୍ଗ୍‍ ଗାଲାକ୍ସି ଜେ-୮ ଏବଂ ଗାଲାକ୍ସି ଜେ-୪। ମୂଲ୍ୟ ହ୍ରାସ ପରେ ଡୁଆଲ ରିୟର କ୍ୟାମେରା ଥିବା ସାମସଙ୍ଗ୍‍ ‘ଗାଲାକ୍ସି ଜେ-୮’ ଫୋନକୁ ୧୭,୯୯୦ଟଙ୍କା ଏବଂ ‘ସାମସଙ୍ଗ୍‍ ଗାଲାକ୍ସି ଜେ-୪’ର ୨ଜିବି ରାମ୍‍ ଏବଂ ୧୬ଜିବି ଷ୍ଟୋରେଜର ମଡେଲକୁ ୮,୯୯୦ଟଙ୍କାରେ କିଣିପାରିବେ। ପ୍ରଥମେ ଫୋନ୍‍ ଲଞ୍ଚ୍‍ ହେବା ସମୟରେ ‘ଗାଲାକ୍ସି ଜେ-୮’ର ମୂଲ୍ୟ ୧୮,୯୯୦ଟଙ୍କା ଏବଂ ‘ଗାଲାକ୍ସି ଜେ-୪’ର ୧୬ଜିବି ଷ୍ଟୋରେଜ୍‍ ଥିବା ଫୋନର ମୂଲ୍ୟ ୯,୯୯୦ଟଙ୍କା ଥିଲା।
‘ସାମସଙ୍ଗ୍‍ ଗାଲାକ୍ସି ଜେ-୪’ର ବିଶେଷତ୍ୱ
ଏହି ଫୋନ୍‍ରେ ୫.୫ଇଞ୍ଚ୍‍ର ସୁପର ଏମୋଲେଡ୍‍ ଏଚ୍‍ଡି ଡିସ୍‍ପ୍ଲେ, ୧.୪ଗିଗାହର୍ଜର ଏକ୍ସିନୋସ୍‍ ପ୍ରୋସେସର, ୨ଜିବି/୩ଜିବି ଏବଂ ୧୬ଜିବି/୩୨ଜିବି ଷ୍ଟୋରେଜ୍‍ ରହିଛି। ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ବଢାଇପାରିବେ। ଫୋନ୍‍ର କ୍ୟାମେରା ବିଷୟରେ କହିଲେ ଏଥିରେ ୧୩ମେଗାପିକ୍ସେଲର ରିୟର କ୍ୟାମେରା ରହିଛି। ଏହାର ଆଗପଟ କ୍ୟାମେରା ୫ମେଗାପିକ୍ସେଲ୍‍। ଉଭୟ କ୍ୟାମେରାରେ ଫ୍ଲାସ୍‍ଲାଇଟର ସୁବିଧା ରହିଛି। ଏହାବ୍ୟତୀତ ଫୋନ୍‍ରେ ୩୦୦୦ଏମଏଚ୍‍ର ବ୍ୟାଟେରୀ, ଡୁଆଲ ସିମ୍‍ ସପୋର୍ଟ, ୪ଜି ସପୋର୍ଟ, ଆଣ୍ଡ୍ରଏଡ ଓରିୟୋ ୮.୦ ଏବଂ ୩.୫ ଏମ୍‍ଏଚ୍‍ର ହେଡଫୋନ୍‍ ଜ୍ୟାକ୍‍ ପାଇପାରିବେ।
‘ସାମସଙ୍ଗ୍‍ ଗାଲାକ୍ସି ଜେ-୮’ର ବିଶେଷତ୍ୱ
ଏହି ଫୋନ୍‍ରେ ଡୁଆଲ ସିମ୍‍ ସପୋର୍ଟ, କ୍ୱାଲାକମ୍‍ ସ୍ନାପ୍‍ଡ୍ରାଗନ୍‍ ୪୫୦ପ୍ରୋସେସର ଏବଂ ୬ଇଞ୍ଚ୍‍ର ସୁପର ଏମିଲୋଡ୍‍ ଡିସପ୍ଲେ ରହିଛି। ଯାହାର ଆସପେକ୍ଟ ରେଶିୟୋ ୧୮.୫:୯। ଫୋନ୍‍ରେ ଫିଜିକାଲ ହୋମ୍‍ ଦିଆଯାଇନାହିଁ। ଫୋନ୍‍ର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ରହିଛି ଯେଇଁଥିରୁ ଗୋଟିଏ କ୍ୟାମେରା ୧୬ ମେଗାପିକ୍ସେଲ ଏବଂ ଅନ୍ୟଟି ୫ ମେଗାପିକ୍ସେଲ। ଏହାର ଆଗପଟ କ୍ୟାମେରା ୧୬ ମେଗାପିକ୍ସେଲର ଦିଆଯାଇଛି।
ଏହାର ଆଗପଟ କ୍ୟାମେରାର ଅପର୍ଚର ଏଫ/୧.୯ ଯାହାକୁ ନେଇ କମ୍ପାନୀ ତରଫରୁ କୁହାଯାଇଛି ଯେ ଏଥିରେ କମ୍‍ ଆଲୋକରେ ମଧ୍ୟ ଭଲ ଫଟୋ ଉଠାଇପାରିବେ। ଏହାବ୍ୟତୀତ ଫୋନ୍‍ରେ ୩୫୦୦ଏମ୍‍ଏଚ୍‍ର ବ୍ୟାଟେରୀ, ଆଣ୍ଡ୍ରଏଡ୍‍ ଓରିୟୋ ୮.୦, ଉଭୟ କ୍ୟାମେରାରେ ଫ୍ଲାସ୍‍ଲାଇଟ୍‍ର ସୁବିଧା ରହିଛି। ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଏବଂ ୩.୫ଏମ୍‍ଏମ୍‍ର ହେଡଫୋନ୍‍ ଜ୍ୟାକ୍‍ ରହିଛି।

Leave A Reply