ଦୁଇ ସମିତି ସଭ୍ୟ ପ୍ରାର୍ଥୀ ହାତାହାତି ।
ହରଭଙ୍ଗାଟ୍ଟ -ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ପଂଚାୟତରେ ମଙ୍ଗଳବାର ରାତିରେ ଦୁଇ ସମିତି ସଭ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ମାରପିଟ । ଏ ।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ କୁଶଙ୍ଗ ପଂଚାୟତର ସମିତି ଆସନ ପାଇଁ ନିର୍ବାଚନ ଲଢୁଥିବା ମନୋଜ କୁମାର ସାହୁ ଏବଂ କାହ୍ନୁଚରଣ ନାଥ ଭଳି ଦୁଇ ଜଣ ସମିତି ସଭ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ହାଇସ୍କୁଲ ନିକଟରେ କଥାକଟାକଟିରୁ ଗଣ୍ଡଗୋଳ ହୋଇଥିଲା ।
ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ କଥା କଟାକଟି ପର ଏହା ଉଗ୍ର ରୂପ ଧାରଣ କରିଥିଲା । ଏହାପରେ ଦୁଇ ଜଣ ମାରପିଟ ହୋଇଥିଲେ ।ଉଭୟଙ୍କ ପକ୍ଷରୁ ହରଭଙ୍ଗା ଥାନାରେ ଏତେଲା ପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁକରିଛି । ଉଭୟଙ୍କୁ ଏକ ଲିଖିତନାମାରେ ଛଡାଯାଇଥିବା ତଦନ୍ତକାରୀ ପୁଲିସ ଅଧିକାରୀ ଟି.ଟି ବେହେରା ସୂଚନା ଦେଇଛନ୍ତି ।
Comments are closed.