www.samajalive.in
Monday, December 15, 2025
26.1 C
Bhubaneswar

ଗାଁରେ ପଡିନି ପ୍ରାର୍ଥୀଙ୍କ ପାଦ: ପୋଷ୍ଟର ଦେଖି ଭୋଟ ଦିଅନ୍ତି…

ନାକଟିଦେଉଳ: ସ୍ୱାଧୀନତାର ୭୭ବର୍ଷ ପରେ ମଧ୍ୟ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଘୋଷରାମାଳ ପଞ୍ଚାୟତର କମଳାନାଳୀ ଏବଂ ବଡବିଲ ଗ୍ରାମରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କୌଣସି ପ୍ରାର୍ଥୀଙ୍କ ପାଦ ପଡିନାହିଁ। ଅନେକ ନିର୍ବାଚନ ସରିଛି ଅନେକ ନେତା ବଦଳିଛନ୍ତି। କିନ୍ତୁ ଏହି ଦୁଇ ଗାଁ ଜଙ୍ଗଲ ଭିତରେ ରହିଥିବାରୁ କେହିବି ପ୍ରାର୍ଥୀ ଏହି ଗାଁକୁ ଯାଇନାହାନ୍ତି। ନିଜ ମତଦାନ ଅଧିକାରକୁ ଗ୍ରାମବାସୀ କିନ୍ତୁ ଭୁଲିନାହାଁନ୍ତି। ଗାଁର କାନ୍ଥବାଡରେ ଲଗାଯାଇଥିବା ବିଭିନ୍ନ ଦଳର ନିର୍ବାଚନୀ ପୋଷ୍ଟରରୁ ପ୍ରାର୍ଥୀଙ୍କ ମୁହଁ ଦେଖି ଭୋଟ ଦେଇଥାନ୍ତି ଏହି ଦୁଇ ଗ୍ରାମବାସୀ। ନାକଟିଦେଉଳ ବ୍ଲକ ସଦର ମହକୁମାରୁ ୨୭କି.ମି ଦୂରରେ କମଳାନାଳୀ ଗ୍ରାମ ଓ ୩୧ କି.ମି ଦୂରରେ ବଡବିଲ ଗ୍ରାମ ରହିଛି। ଦୁଇ ଗ୍ରାମ ମଧ୍ୟରେ ଦୂରତା ମାତ୍ର ୪ କି.ମି।

ବଡବିଲ ଗ୍ରାମରେ ୨୨ଟି ପରିବାର ବସବାସ କରୁଥିବାରୁ ୧୩୦ଜଣ ଭୋଟର ରହିଛନ୍ତି। ସେହିପରି କମଳାନାଳୀ ଗ୍ରାମରେ ୩୦ ପରିବାର ଥିବାବେଳେ ସେମାନଙ୍କ ମଧ୍ୟରେ ୧୭୦ଜଣ ଭୋଟର ଅଛନ୍ତି। କମଳାନାଳୀ ଗ୍ରାମରୁ ବଡବିଲ ଗ୍ରାମକୁ ଏହି ୪କି.ମି ରାସ୍ତା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ଛୋଟବଡ ୩ଟି ନାଳ ପାରିହୋଇ ଯିବାକୁ ପଡିଥାଏ। ଏହି ଗ୍ରାମର ଲୋକମାନେ ପୂର୍ବରୁ ୧୦କି.ମି ଦୂରରେ ଥିବା ରାଇଲ ଗ୍ରାମର ମତଦାନ କେନ୍ଦ୍ରକୁ ଯାଉଥିଲେ। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନଠାରୁ ୪ କି.ମି ଦୂର ଧାତୁକିମାଳ ମତଦାନ କେନ୍ଦ୍ରକୁ ୪ଟି ନାଳ ପାରହୋଇ ଭୋଟ ଦେବାକୁ ଯାଉଛନ୍ତି। ଆଜି ପର୍ଯ୍ୟନ୍ତ ଏହି ଦୁଇ ଗ୍ରାମରେ କୌଣସି ପ୍ରାର୍ଥୀ ଭୋଟ ଭିକ୍ଷା ପାଇଁ ଯାଇନାହାନ୍ତି। କେବଳ ବିଭିନ୍ନ ଦଳର କର୍ମୀମାନେ ଗ୍ରାମରେ ଯାଇ ପୋଷ୍ଟର ମାରିଥାନ୍ତି ଏବଂ ସେହି ପୋଷ୍ଟରକୁ ଦେଖି ଲୋକମାନେ ଯେକୌଣସି ପ୍ରାର୍ଥୀଙ୍କୁ ଭୋଟ ଦେଇଥାନ୍ତି। ଚଳିତ ନିର୍ବାଚନରେ କମଳାନାଳୀ ଗ୍ରାମରେ ଏକ ମତଦାନ କେନ୍ଦ୍ର ଖୋଲିବାକୁ ଦୁଇ ଗ୍ରାମର ଲୋକେ ଦାବି କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories