www.samajalive.in
Saturday, December 6, 2025
23.1 C
Bhubaneswar

ଟ୍ରକ ଚାଳକ ଦେଲେ ୭୦ ହଜାର ଜରିମାନା

ସମ୍ବଲପୁର : ସମ୍ବଲପୁର ଜିଲାରେ ଜଣେ ଟ୍ରକ ଚାଳକ ନିମୟ ଉଲ୍ଲଙ୍ଘନ କରିଥିବାରୁ ୮୬ ହଜାର ୫୦୦ ଟଙ୍କା ଜରିମାନା କରାଯାଇଛି। ସଂପୃକ୍ତ ଚାଳକଙ୍କ ଠାରୁ ୭୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଟ୍ରକଟି ଏକ ଜେସିବି ମେସିନ ନେଇ ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ସମ୍ବଲପୁର ପରିବହନ ବିଭାଗ ଟ୍ରାଫିକ ଇନ୍ସପେକ୍ଟର ଟ୍ରକକୁ ଅଟକାଇ ଥିଲେ। ଶରଳାକାନି ନିକଟରେ ତାଙ୍କୁ ଅଟକା ଯାଇଥିଲା। ଓଭର ଲୋଡ଼ିଂ, ଓଭର ଡ଼ାଇମେନ୍ସନାଲ ଲୋଡ଼ିଂ ଓ ବିନା ଡ଼୍ରାଇଭିଂ ଲାଇସେନ୍ସ ପାଇଁ ଟ୍ରକକୁ ୮୬ ହଜାର ୫୦୦ ଟଙ୍କା ଜରିମାନା କରାଯାଇଥିଲା। ମାତ୍ର ଆଲୋଚନା ପରେ ଚାଳକ ୭୦ ହଜାର ଟଙ୍କା ଜରିମାନା ଦେଇଥିବା ଜଣାପଡ଼ିଛି। ଟ୍ରକ ଚାଳକଙ୍କ ଠାରୁ ଏହି ଜରିମାନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories