www.samajalive.in
Saturday, December 6, 2025
16.1 C
Bhubaneswar

ଜାତୀୟ ସନ୍ତରଣ ପ୍ରତିଯୋଗୀତାରେ ସମ୍ବଲପୁର ଖେଳାଳିଙ୍କ ସଫଳତା 

ସମ୍ବଲପୁର  : ଚଳିତ ମାସ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ ଆୟୋଜିତ ହେଉଥିବା ବାଳିକା ବର୍ଗର ଜାତୀୟ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ କ୍ରିଡା ପ୍ରତିଯୋଗିତାରେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ମାନେ ସଫଳତା ଅର୍ଜନ କରିଛନ୍ତି ।

ପ୍ରତିଯୋଗିତାରେ ସମ୍ବଲପୁରର ଆଦ୍ୟାଶ ବନଛୋର ୨ ଶହ ମିଟର ବେକଷ୍ଟ୍ରୋକ ବର୍ଗରେ ବ୍ରୋଞ୍ଜ ଏବଂ ମହିକା ମହାକୁର ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ସେହିପରି ଦିକ୍ଷା ବେହେରା ମଧ୍ୟ ୫୦ ବ୍ରେଷ୍ଟ ଷ୍ଟ୍ରୋକରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଛାତ୍ରୀ ଖେଳାଳି ମାନଙ୍କର ସଫଳତା ପାଇଁ ଓଡିଶା ମାଷ୍ଟର୍ସ ସୁଇମରସ କ୍ଲବ, ହୀରାଖଣ୍ଡ ଆକ୍ୱାଟିକ କ୍ଲବ ଓ ଓଡିଶା ରାଜ୍ୟ ସନ୍ତରଣ ସଂଘର କର୍ମକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories