ଲାଖବାହାଲିଠାରେ ସିଆରପିଏଫ୍ ତରଫରୁ ଜନସଂପର୍କ କାର୍ୟ୍ୟକ୍ରମ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ଲାଖବାହାଲିଠାରେ ବିଜେପିରସ୍ଥିତ ସିଆରପିଏଫ୍ ଚତୁର୍ଥ ବାଟାଲିୟନ ପକ୍ଷରୁ ଜନସଂପର୍କ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମାଣ୍ଡାଣ୍ଟ ମନୋଜ କୁମାର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିଆରପିଏଫ୍ ଦ୍ବାରା ବିଭିନ୍ନ ସମୟରେ ନିଆଯାଉଥିବା ଜନକଲ୍ୟାଣକାରୀ ପଦକ୍ଷେପ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହାସହିତ ଅସାମାଜିକ ତତ୍ତ୍ବମାନଙ୍କ ପ୍ରରୋଚନାରୁ ଦୂରେଇ ରହିବା ସହିତ ଏକ ବିକଶିତ ସମାଜ ଗଠନ ଦିଗରେ ସେ ଆହ୍ବାନ ଦେଇଥିଲେ ।  ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସେକେଣ୍ଡ ଇନ୍ କମାଣ୍ଡାଣ୍ଟ କପିଙ୍ଗ ଗିଲ୍, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରମେଶଙ୍କ ସମେତ ବିଜେପୁର ସରପଞ୍ଚ ଜନନୀ ମାଝୀ, ବେନଗାଁ ସରପଞ୍ଚ ପୁରାଣା ମାଝୀ, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଏହି  କାର୍ୟ୍ୟକ୍ରମରେ ଲାଖବାହାଲି, ବିଜେପୁର, ପାହାଡ଼ପଦର, ବେନଗାଁ, ମାଳିଯୁବାଙ୍ଗ ଶତାଧିକ ଲୋକେ ସାମିଲ ହୋଇଥିଲେ । କାର୍ୟ୍ୟକ୍ରମ ପରିଚାଳନାରେ ଅମିତ ସାହୁ, ସୁନୀଲ ଓ ରୂପସିଂଙ୍କ ସହିତ ବିଜେପୁର କ୍ୟାମ୍ପର ଯବାନମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Comments are closed.