www.samajalive.in
Friday, December 5, 2025
26.1 C
Bhubaneswar

୭ ଲକ୍ଷ ଟଙ୍କା ଓ ୧୫୧ ଗ୍ରାମ ସୁନା ଜବତ, ୩ ଜଣ ଗିରଫ

ସମ୍ବଲପୁର: ସମ୍ବଲପୁରର ହୀରାକୁଦ ଥାନାଞ୍ଚଳର ଏସଡିଓ କଲୋନୀଠାରେ ଗତ ଜୁଲାଇ ୨୩ – ୨୪ ତାରିଖ ମଧ୍ୟରାତ୍ରିରେ ରାଜେନ୍ଦ୍ର କୁମାର ସ୍ୱାଇଁଙ୍କ ଘରେ ଚୋରି ହୋଇଥିଲା। ଏହି ଘଟଣାରେ ସମ୍ବଲପୁର ପୁଲିସ ୩ ଜଣ ଚୋରଙ୍କ ସହିତ ଚୋରି ହୋଇଥିବା ସୁନାଗହଣା ଓ ଟଙ୍କା ଆଦି ଜବତ କରିଛି। ଏହି ମର୍ମରେ ଶୁକ୍ରବାର ପୁର୍ବାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ କହିଛନ୍ତି ଯେ, ଗତ ୨୨ ତାରିଖରେ ଘର ମାଲିକ ଓ ପରିବାର ଲୋକେ ସହର ବାହାରକୁ ଯାଇଥିଲେ। ସେମାନେ ୨୪ ତାରିଖ ସକାଳୁ ଆସି ଦେଖିବା ସମୟରେ ଘରର ଆଜବେଷ୍ଟସ ଓ କବାଟ ଭାଙ୍ଗି ଚୋରମାନେ ଘରେ ରଖାଯାଇଥିବା ଆଲମାରୀକୁ ଭାଙ୍ଗି ସେଠାରେ ଥିବା ନଗଦ ଟଙ୍କା ଓ ସୁନାଗହଣା ଗୁଡିକ ଚୋରି କରି ନେଇଛନ୍ତି। ଏଣୁ ତୁରନ୍ତ ହୀରାକୁଦ ଥାନାରେ ଅଭିଯୋଗ ହେବାରୁ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରିଥିଲା। ତଦନ୍ତ ସମୟରେ ହୀରାକୁଦ ଛକ ନିବାସୀ ତଥା ଅଭ୍ୟାସଗତ ଅପରାଧି ସଞ୍ଜୟ ପ୍ରଧାନ ଓରଫ ମଣ୍ଟୁ (୪୨), ଗୁଜାତଲ ନିବାସୀ ଶିବ ଶଙ୍କର ଜେନା (୪୨) ଏବଂ ସବଷ୍ଟେସନ କଲୋନୀ ନିବାସୀ ପ୍ରଶାନ୍ତ କୁମାର ବାରିକ (୩୯)ଙ୍କୁ ପୁଲିସ ଧରିଥିଲା। ସେମାନଙ୍କ ନିକଟରୁ ଚୋରି ହୋଇଥିବା ୨ଟି ସୁନା ହାର, ୨ଟି ମଙ୍ଗଳସୁତ୍ର, ୨ଟି ସୁନା ଚୁଡି, ଗୋଟିଏ ସୁନା ମାଳି, ୨ଟି ସୁନାର କାନଫୁଲ, ୨ଟି ସୁନା ମୁଦି, ରୂପାର ଗୋଟିଏ ଯୋଡି ପାଉଁଞ୍ଜି, ୫ଟି ଗୋଡ ମୁଦି ସମେତ ୭ ଲକ୍ଷ ୯୭ ହଜାର ଟଙ୍କା ଜବତ ହୋଇଥିଲା । ଜବତ ହୋଇଥିବା ଗହଣା ମଧ୍ୟରେ ସୁନା ଗହଣାର ଓଜନ ୧୫୧ ଗ୍ରାମ ହୋଇଥିବା ବେଳେ ରୁପା ଗହଣା ୧୦୦ ଗ୍ରାମର ରହିଛି । ଜବତ ହୋଇଥିବା ସୁନା ଓ ରୂପା ଗହଣାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ୬୯ ହଜାର ଟଙ୍କା ଅଟେ । ପୁଲିସ ଏହି ଚୋରି ଘଟଣାର ୭ ଦିନ ମଧ୍ୟରେ ଚୋରମାନଙ୍କୁ ଧରିବା ସହିତ ଚୋରି ଟଙ୍କା ଓ ସୁନାଗହଣା ଆଦି ଜବତ କରିଛି ବୋଲି ଏସପି ଶ୍ରୀ ଭାମୁ ସୁଚନା ଦେଇଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories