www.samajalive.in
Friday, December 5, 2025
27.1 C
Bhubaneswar

ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା! ରୁଷଠାରୁ ତେଲ କିଣିବା ଜାରି ରଖିବ ଭାରତ

ସମାଜ ଡିଜିଟାଲ ଡେସ୍କ: ଭାରତ ଉପରେ ଆମେରିକା ୨୫ପ୍ରତିଶତ ଶୁଳ୍କ ଘୋଷଣା କରିବା ପରେ ଆମେରିକା ଓ ଭାରତ ସମ୍ପର୍କ ତିକ୍ତ ହେବାରେ ଲାଗିଥିବା ଚର୍ଚ୍ଚା ହୋଇଥିଲା । ତେବେ ଏକ ରିପୋର୍ଟ ଅନୁସାରେ ଏହି ଶୁଳ୍କ ଘୋଷଣା ହେବା ପରେ ଭାରତର ରିଫାଇନାରୀ ଗୁଡିକ ରୁଷରୁ ତେଲ କିଣିବା ବନ୍ଦ କରିବା କଥା କୁହାଯାଉଥିଲା । ଭାରତ ରୁଷରୁ ତେଲ କିଣିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ସତ୍ୱେ ବି ଭାରତୀୟ ତୈଳ ରିଫାଇନାରୀଗୁଡିକ ରୁଷରୁ ତେଲ କିଣୁଛନ୍ତି । ଏହାସହିତ ରୁଷଠାରୁ ତେଲ କିଣିବା ଆଗକୁ ମଧ୍ୟ ଜାରି ରହିବ ବୋଲି କୁହାଯାଇଛି । ରୁଷ ସହିତ ବାଣିଜ୍ୟ କାରବାର, ଅଶୋଧିତ ତେଲର ଗୁଣବତ୍ତା, ସଂରକ୍ଷଣ, ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ଆର୍ଥିକ କାରଣ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ।
ରୁଷ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅଶୋଧିତ ତୈଳ ଉତ୍ପାଦକ ଦେଶ । ପ୍ରତିଦିନ ସେଠାରେ ୯.୫ନିୟୁତ ବ୍ୟାରେଲ ତୈଳ ଉତ୍ପାଦନ ହୋଇଥାଏ । ଏହାସହିତ ରୁଷ ମଧ୍ୟ ଦ୍ୱିତୀୟ ବୃହତ୍ତମ ରପ୍ତାନିକାରୀ, ପ୍ରତିଦିନ ପ୍ରାୟ ୪.୫ନିୟୁତ ବ୍ୟାରେଲ ଅଶୋଧିତ ତୈଳ ରପ୍ତାନି କରିଥାଏ । ମିଳିଥିବା ସୂଚନା ଅନୁଯାୟୀ ଭାରତରେ ରୁଷୀୟ ତେଲକୁ କେବେବି ନିଷିଦ୍ଧ କରାଯାଇନଥିଲା ବରଂ ଏହାକୁ ଜି/୭ ଇୟ୍ୟୁ ମୂଲ୍ୟ-ସୀମା ବ୍ୟବସ୍ଥା ଅଧୀନରେ ରଖାଯାଇଛି । ଯାହାର ଲକ୍ଷ୍ୟ ହେଉଛି ରାଜସ୍ୱକୁ ସୀମିତ କରିବା ସହିତ ବିଶ୍ୱ ଯୋଗାଣ ସୁନିଶ୍ଚିତ କରିବା । ଭାରତ ଏକ ଦାୟିତ୍ୱପୂର୍ଣ୍ଣ ଶକ୍ତି ଉର୍ଜା ଭାବରେ କାର୍ଯ୍ୟ କରିଛି ଏବଂ ବଜାରରେ ମୂଲ୍ୟ ସ୍ଥିର ରହିବା ମଧ୍ୟ ସୁନିଶ୍ଚିତ କରିଛି । ଭାରତର କ୍ରୟ ସମ୍ପୂର୍ଣ୍ଣ ବୈଦ ଏବଂ ଅନ୍ତର୍ଜାତୀୟ ମାନଦଣ୍ଡ ମଧ୍ୟରେ ରହିଛି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories