www.samajalive.in
Monday, December 15, 2025
26.1 C
Bhubaneswar

ପାଇଖାନା ଟାଙ୍କି ମଧ୍ୟରୁ ମୃତଦେହ ଉଦ୍ଧାର ଘଟଣା ; ହତ୍ୟାକାରୀ ଗିରଫ

ସମ୍ବଲପୁର : ସମ୍ବଲପୁରର ଧନୁପାଲି ଥାନା ଅନ୍ତର୍ଗତ ଗେଙ୍ଗୁଟିପାଲି ଅଞ୍ଚଳରୁ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ମଧ୍ୟରୁ ମୋତିଝରନ ନିବାସୀ ଶେଖ ହୁସେନ (୫୫)ଙ୍କ ମୃତଦେହ ସୋମବାର ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଧନୁପାଲି ପୁଲିସ ତଦନ୍ତ କରି ସନ୍ଦିଗ୍ଧ ଆଧାରରେ ଅଟକ ରଖିଥିବା ହତ୍ୟାକାରୀ ଯୁବକ ଶୁଭମ ଧୂସର (୨୨) ଅପରାଧ ସ୍ୱୀକାର କରିବାରୁ ତାକୁ ମଙ୍ଗଳବାର ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି।

କବାଡି କାରବାର କରୁଥିବା ଶେଖ ହୁସେନକୁ ରବିବାର ଦିନ ସମୟରେ କିଛି କବାଡି ସାମଗ୍ରୀ ଅଭିଯୁକ୍ତ ଶୁଭମ ବିକ୍ରି କରିଥିଲେ। ଏହି ବିକ୍ରି ସମୟରେ ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଯୁବକ ଏକ ଧାରୁଆ ଅସ୍ତ୍ରରେ ଶେଖ ହୁସେନଙ୍କ ବେକକୁ ଆଘାତ ଦେଇଥିଲେ। ଏଣୁ ସେ ତଳେ ପଡିଯିବାରୁ ଏକ ପଥର ମୁଣ୍ଡରେ ମାରି ହତ୍ୟା କରିଥିଲେ ଏବଂ ମୃତଦେହକୁ ପାଇଖାନା ଟାଙ୍କିରେ ଫିଙ୍ଗି ଦେଇ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିଲା। ସୋମବାର ସକାଳ ସମୟରେ ମୃତଦେହ ମିଳିବା ପରେ ପୁଲିସ ତନାଘନା ସମୟରେ ଅଞ୍ଚଳର ସିସିଟିଭିରେ ଅଭିଯୁକ୍ତ ଯୁବକ ଓ ମୃତକ ଶେଷ ଥର ପାଇଁ ଦେଖାଯାଇଥିଲା। ଏଣୁ ସନ୍ଦିଗ୍ଧ ଆଧାରରେ ଯୁବକକୁ ପୁଲିସ ଜେରା କରିବାରୁ ସେ ଅପରାଧ ସ୍ୱୀକାର କରିଥିଲା ଏବଂ ତାର ନିକଟରୁ ହତ୍ୟାରେ ବ୍ୟବହୃତ ଏକ ଧାରୁଆ ବ୍ଲେଡ ଓ ପଥର ଜବତ କରାଯାଇଥିଲା। ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି ବୋଲି ଧନୁପାଲି ପୁଲିସ କହିଛି।
ସୂଚନାଯୋଗ୍ୟ ଯେ, ମୋତିଝରନ ଅଞ୍ଚଳ ନିବାସୀ ତଥା କବାଡି କାମ କରୁଥିବା ଶେଖ ହୁସେନ (୫୫) ନାମକ ବ୍ୟକ୍ତି ରବିବାର ଅପରାହ୍ନରୁ ନିଖୋଜ ରହିଥିଲେ। ସେ ନିର୍ଦ୍ଧାରିତ ସମୟରେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ସତ୍ୱେ ନ ପାଇବାରୁ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ସକାଳ ସମୟରେ ଗେଙ୍ଗୁଟିପାଲି ଅଞ୍ଚଳରେ ରହିଥିବା ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ମଧ୍ୟରେ ତାଙ୍କର ମୃତଦେହ ପଡିଥିବାର ଦେଖିବାକୁ ପାଇଁ ସ୍ଥାନୀୟ ଲୋକେ ପରିବାରବର୍ଗ ଓ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟକାରୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ଓ ଅଗ୍ନିଶମ ଦଳ ସହାୟତାରେ ମୃତଦେହକୁ ଉଦ୍ଧାର କରି ହେପାଜତରେ ନେଇ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମୃତକଙ୍କ ପରିବାର ଲୋକେ ଟଙ୍କା ଲୁଟ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିିଥିଲେ।

ସ୍ୱାମୀକୁ ହତ୍ୟା ପରେ ୧୫ ଖଣ୍ଡ କଲା ସ୍ତ୍ରୀ, ସିମେଣ୍ଟରେ କଲା ସିଲ୍‌, ଆଶ୍ଚର୍ଯ୍ୟ କରିବ କାରଣ

- Advertisement -

୧୦୦ ବର୍ଷ ପରେ ହିନ୍ଦୁ ନବବର୍ଷରେ ଦୁର୍ଲ୍ଲଭ ଯୋଗ : ଏହି ରାଶିଙ୍କ ହଠାତ୍‌ ଚମକିବ ଭାଗ୍ୟ, ମିଳିବ ଧନ, ବଢିବ ଦରମା..

 

 

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories