www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱାମୀକୁ ହତ୍ୟା ପରେ ୧୫ ଖଣ୍ଡ କଲା ସ୍ତ୍ରୀ, ସିମେଣ୍ଟରେ କଲା ସିଲ୍‌, ଆଶ୍ଚର୍ଯ୍ୟ କରିବ କାରଣ

ମେରଠ : ମେରଠରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରି ସ୍ୱାମୀ ମୃତଦେହକୁ ୧୫ ଖଣ୍ଡ କରିଛନ୍ତି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ମହିଳା ତାଙ୍କ ପ୍ରେମିକ ସହ ମିଶି ପ୍ରଥମେ ନିଜ ସ୍ୱାମୀକୁ ନିଦ ବଟିକା ଦେଇ ପରେ ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି। ପୁଣି ମୃତଦେହକୁ ୧୫ ଖଣ୍ଡ କରି ଏକ ଡ୍ରମ୍‌ ମଧ୍ୟରେ ଭର୍ତ୍ତି କରି ସିମେଣ୍ଟ ଦ୍ୱାରା ସିଲ୍‌ କରିଛନ୍ତି।
ଅଭିଯୁକ୍ତ ମହିଳା ଜଣକ ମୁସ୍କାନ୍‌ ଓ ପ୍ରେମିକ ସାହିଲ୍‌ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ମୃତକ ହେଉଛନ୍ତି ୨୯ ବର୍ଷୀୟ ସୌରଭ ରାଜପୁତ। ସେ ନୌସେନାରେ କାର୍ଯ୍ୟ କରୁଥିଲେ।
ମିଳିଥିବା ସୂଚନାନୁଯାୟୀ, ସୌରଭ ୨୪ ଫେବୃଆରୀରେ ନିଜ ୬ ବର୍ଷ ଝିଅର ଜନ୍ମଦିନ ପାଳନ କରିବାକୁ ଆସିଥିଲେ । କିଛି ଦିନ ପରେ ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନପାଇବାରୁ ତାଙ୍କ ବିଷୟରେ ପଚରାଉଚରା କରିଥିଲେ। ମୁସ୍କାନ ସଭିଁଙ୍କୁ ଜଣାଇଥିଲେ ସୌରଭ ହିଲ୍‌ ଷ୍ଟେସନ ଯାଇଛନ୍ତି ବୋଲି । ଏହାପରେ ମୁସ୍କାନ ଓ ସାହିଲ ଉଭୟ ସୌରଭଙ୍କ ମୋବାଇଲ୍‌ ନେଇ ହିମାଚଳ ପ୍ରଦେଶ ପଳାଇଥିଲେ। ମାତ୍ର କିଛି ଦିନ ପରେ ସୌରଭଙ୍କ ପରିଜନଙ୍କୁ ସନ୍ଦେହ ହେବା ପରେ ସେମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ମୁସ୍କାନ ଓ ସାହିଲ ନିଜ ଦୋଷ ସ୍ୱୀକାର କରିବା ସହ ମୃତଦେହ ଡ୍ରମ ଭିତରେ ଥିବା କହିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।
ମେରଠର ଇନ୍ଦିରା ନଗରର ବାସିନ୍ଦା ସୌରଭ ଏବଂ ମୁସ୍କାନଙ୍କର ୨୦୧୬ ମସିହାରେ ପ୍ରେମ ବିବାହ ହୋଇଥିଲା। ତା’ପରେ ସୌରଭ ମୁସ୍କାନଙ୍କ ପାଇଁ ଚାକିରି ମଧ୍ୟ ଛାଡି ଦେଇଥିଲେ। ପ୍ରେମ ବିବାହ ନିଷ୍ପତ୍ତି ଏବଂ ଚାକିରି ଛାଡିବା ଯୋଗୁଁ, ସୌରଭଙ୍କ ପରିବାର ସହିତ ବିବାଦ ଆରମ୍ଭ ହୋଇଗଲା। ପରିସ୍ଥିତି ଏତେ ଖରାପ ହେଲା ଯେ ସୌରଭ ଏବଂ ମୁସ୍କାନ ଅଲଗା ହୋଇ ଏକ ଭଡା ଘରେ ରହିବା ଆରମ୍ଭ କଲେ।

୨୦୧୯ ମସିହାରେ, ଉଭୟଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା। ଏହି ସମୟରେ ମୁସ୍କାନଙ୍କ ସୌରଭଙ୍କ ବନ୍ଧୁ ସାହିଲ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯେତେବେଳେ ସୌରଭ ଏହା ଜାଣିବାକୁ ପାଇଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା। କିନ୍ତୁ ତା’ପରେ ସୌରଭ ତାଙ୍କ ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ୨୦୨୩ ମସିହାରେ ପୁଣି କାମ କରିବା ପାଇଁ ବିଦେଶ ଚାଲିଗଲେ। ସୌରଭଙ୍କ ୬ ବର୍ଷର ଝିଅର ଜନ୍ମଦିନ ୨୮ ଫେବୃଆରୀ ଥିଲା। ଏଥି ପାଇଁ ସୌରଭ ୨୪ ଫେବୃଆରୀରେ ଆସିଥିଲେ।

- Advertisement -

ଏହି ସମୟରେ ମୁସ୍କାନ ଏବଂ ସାହିଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପାଇଁ ସେମାନେ ସୌରଭଙ୍କୁ ହତ୍ୟା କରିବାକୁ ଯୋଜନା କରି ମାର୍ଚ୍ଚ ୪ ତାରିଖରେ ସୌରଭଙ୍କୁ ହତ୍ୟା କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

୧୦୦ ବର୍ଷ ପରେ ହିନ୍ଦୁ ନବବର୍ଷରେ ଦୁର୍ଲ୍ଲଭ ଯୋଗ : ଏହି ରାଶିଙ୍କ ହଠାତ୍‌ ଚମକିବ ଭାଗ୍ୟ, ମିଳିବ ଧନ, ବଢିବ ଦରମା..

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories