www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶାର କଳା, ସଂସ୍କୃତି ଓ ଅସ୍ମିତାର ପ୍ରାଣକେନ୍ଦ୍ର ହେଉଛି ସମ୍ବଲପୁର

ସମ୍ବଲପୁର : ଓଡ଼ିଶାର କଳା, ସଂସ୍କୃତି ଓ ଅସ୍ମିତାର ପ୍ରାଣକେନ୍ଦ୍ର ହେଉଛି ସମ୍ବଲପୁର। ଏହାର ମାଟି, ପାଣି, ପବନ ସବୁଥିରେ ଭରି ରହିଛି ଲୋକ ସଂସ୍କୃତିର ଝଲକ। ସମ୍ବଲପୁରୀ ନୃତ୍ୟ ହେଉ କି ସମ୍ବଲପୁରୀ ଶାଢୀ, କେବଳ ରାଜ୍ୟ ନୁହେଁ ସମଗ୍ର ବିଶ୍ୱରେ ଏହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଆଉ ନିଜ ସଂସ୍କୃତିକୁ ନେଇ ସମ୍ବଲପୁରବାସୀ ସର୍ବଦା ଗର୍ବ କରନ୍ତି। ତେବେ ଗତ କିଛିବର୍ଷ ହେବ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରକୁ ଆଣିବାକୁ ପ୍ରୟାସ କରାଯାଉଛି । ପଶ୍ଚିମ ଓଡ଼ିଶାର ୧୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିବା ହେଉ କି ସମ୍ବଲପୁର ସଂସ୍କୃତି ଉପରେ ଡାକ ଟିକେଟ୍‌‌ ଉନ୍ମୋଚନ ହେଉ ଅଥବା ସନ୍ଥ ଭୀମଭୋଇଙ୍କ ଜୀବନ ଆଦର୍ଶକୁ ୟୁଜିସି ପାଠ୍ୟକ୍ରମରେ ସାମିଲ କରାଇବା ହେଉ.. ଏସବୁ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତିକୁ ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରୁଛି। ଚଳିତ ସମ୍ବଲପୁର ଲୋକସଭା ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀ ନିର୍ବାଚନ ପ୍ରଚାର କରୁଥିବା ବେଳେ ସ୍ଥାନୀୟ ସଂସ୍କୃତିର ପ୍ରଚାର ନେଇ ହୋଇଥିବା ଉଦ୍ୟମ ସଂସ୍କୃତିପ୍ରେମୀ ସମ୍ବଲପୁରବାସୀଙ୍କୁ ପ୍ରଭାବିତ କରିବ ବୋଲି ଆଲୋଚନା ହେଉଛି ।

କେବଳ ସମ୍ବଲପୁର ନୁହେଁ, ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତି ଉପରେ ଗବେଷଣା କରି ଏହାକୁ ଆହୁରି ଅଧିକ ଉନ୍ନତ କରିହେବ ବୋଲି କେହି ବି ଚିନ୍ତା କରିନଥିବେ। ସମ୍ବଲପୁରର ସମୃଦ୍ଧ ସଂସ୍କୃତି କିଛିମାତ୍ରାରେ ଜାତୀୟ ସ୍ତରରେ ଆଦୃତ ଲାଭ କରିଥିଲେ ସୁଦ୍ଧା ଏକ ସୀମିତ ପରିଧି ମଧ୍ୟରେ ଆବଦ୍ଧ ରହିଯାଇଥିଲା । ହେଲେ ଆଜି ଏସବୁ ଉପରେ ଗବେଷଣା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ସଙ୍ଗୀତ, ସାହିତ୍ୟ ଓ ପରମ୍ପରା ଉପରେ ଗବେଷଣା ନିମନ୍ତେ ଆଇଆଇଏମ୍ ସମ୍ବଲପୁର ପରିସରରେ “ରଙ୍ଗବତୀ ଗବେଷଣା କେନ୍ଦ୍ର’ ସ୍ଥାପନ କରାଯାଇଛି । କଳାପ୍ରେମୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ଯୋଗୁଁ ସ୍ଥାନୀୟ ସଂସ୍କୃତି ଏକ ନୂତନ ପରିଚୟ ପାଇଛି । କେବଳ ସେତିକି ନୁହେଁ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରୁ ୧୩ଜଣ ବ୍ୟକ୍ତି ବିଶେଷଙ୍କୁ କଳା, ସଂସ୍କୃତି, ସମାଜ ସେବା, ସଙ୍ଗୀତ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି।  ପଶ୍ଚିମ ଓଡ଼ିଶାର ଧନୁଯାତ୍ରା, ଶୀତଳଷଷ୍ଠୀ, ନୂଆଖାଇ ଏବଂ ସମ୍ବଲପୁରୀ ବାନ୍ଧ, ସମ୍ବଲପୁରୀ ନାଚ ସହିତ ସନ୍ଥ କବି ଭୀମ ଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପରି ବ୍ୟକ୍ତିତ୍ୱଙ୍କ ଉପରେ ଡାକ ଟିକେଟ ପ୍ରଚଳନ କରାଯାଇଛି।

- Advertisement -

ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ଏବଂ ମହିମା ଧର୍ମରେ ସମ୍ବଲପୁର ମାଟିର ଗୌରବ ସନ୍ଥ ଭୀମଭୋଇଙ୍କ ଅବଦାନ ଅବର୍ଣ୍ଣନୀୟ। କିନ୍ତୁ ସନ୍ଥ ଭୀମଭୋଇଙ୍କ ମହିମା ଦର୍ଶନର ଜାତୀୟ ସ୍ତରରେ ପ୍ରଚାର ପ୍ରସାର ପାଇଁ ଆଜି ପର୍ଯ୍ୟନ୍ତ ସେମିତି କିଛି ପ୍ରଚେଷ୍ଟା କରାଯାଇନଥିଲା। ଆଜି ସନ୍ଥ ଭୀମଭୋଇଙ୍କ ଜୀବନ ଦର୍ଶନକୁ ୟୁଜିସି ପାଠ୍ୟକ୍ରମରେ ସାମିଲ କରାଯାଇଛି। ଏଥିସହ ସନ୍ଥ ଭୀମଭୋଇ ଓ ମହିମା ଦର୍ଶନକୁ ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରିବା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ବିଳାଶପୁରସ୍ଥିତ ଗୁରୁ ଘସିଦାସ ବିଶ୍ୱବିଦ୍ୟାଳୟ ଏବଂ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଛି। ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ତାଙ୍କର ପ୍ରଚେଷ୍ଟାରେ ଏହା ସଫଳ ହୋଇଛି।

ଏପରିକି ମହିମା ଧର୍ମକୁ ସମ୍ମାନ ଜଣାଇ ସମ୍ବଲପୁରରୁ କୋଲକାତା ଶାଲିମାର ପର୍ଯ୍ୟନ୍ତ “ମହିମା ଗୋସାଇଁ ଏକ୍ସପ୍ରେସ’ ଆରମ୍ଭ ହୋଇଛି। ସେହିପରି ଦେଶର ସ୍ୱାଧୀନତା ସଂଗ୍ରାମରେ ସ୍ୱତନ୍ତ୍ର ଛାପଥିବା ସମ୍ବଲପୁର ମାଟିର ସନ୍ତାନ ତଥା ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ସ୍ମୃତିରେ ତାଙ୍କ ଜନ୍ମଭୂମି ରେଢାଖୋଲର ଖିଣ୍ଡା ଗ୍ରାମର ଉନ୍ନିତ ଓ ବିକାଶ ପାଇଁ ସୁପଦକ୍ଷେପ ନିଆଯାଇଛି ।

ଏଥିସହ ଜାତୀୟ ସ୍ତରରେ ମଧ୍ୟପ୍ରଦେଶର ଆଶିରଗଡ଼ ଦୁର୍ଗରେ ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି।  ଜି୨୦ ସମ୍ମିଳନୀରେ ସମ୍ବଲପୁରୀ କଳାକାରଙ୍କ ନୃତ୍ୟ ପ୍ରଦର୍ଶନ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଅନନ୍ୟ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ସମ୍ବଲପୁର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ କରି ଦେଶ ବିଦେଶର ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଉଦ୍ୟମ ମଧ୍ୟ ପ୍ରଂଶସନୀୟ। କେବଳ ଇତିହାସ ପୃଷ୍ଠାରେ ସୀମିତ ରହିଯାଇଥିବା କୁଦୋପାଲି ବିଦ୍ରୋହ ଏବଂ ଏହା ସହ ଜଡ଼ିତ ୫୭ ଜଣ ଶହିଦଙ୍କ ଉପରେ ଗବେଷଣା ସହ ଏକ ସମ୍ପୂର୍ଣ୍ଣ ପୁସ୍ତକ ପ୍ରକାଶ କରିବା ପାଇଁ ଭାରତ ସରକାର ଏକ ଗବେଷଣା ପ୍ରକଳ୍ପ ଆରମ୍ଭ କରିଛନ୍ତି।

ସମ୍ବଲପୁରର ବାସିନ୍ଦା ହେଉଛନ୍ତି ସଂସ୍କୃତିପ୍ରେମୀ । ନିଜର କଳା ଓ ସଂସ୍କୃତିର ପ୍ରଚାର ପାଇଁ ସେମାନେ ସର୍ବଦା ପ୍ରତିବଦ୍ଧ । ଏ କ୍ଷେତ୍ରରେ ବିଶ୍ୱ ଦରବାରରେ ସମ୍ବଲପୁର କଳା ସଂସ୍କୃତିର ପ୍ରସାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦକ୍ଷେପ ଓ ଯୋଜନା ତାଙ୍କୁ ଆଗରେ ରଖିବ। ନିଜ ମାଟିର ଗରିମା ପାଇଁ ସଦାସର୍ବଦା ତତ୍ପରତା ଦେଖାଉଥିବା ଏବଂ ସଂସ୍କୃତି ଓ ଅସ୍ମିତାର ସଂରକ୍ଷକ ସମ୍ବଲପୁରବାସୀଙ୍କ ପସନ୍ଦ ହେବେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବଲପୁରୀ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନତାରେ ରାଜ୍ୟ ବାହାରେ ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି, ଯେଉଁଥିରେ ଅନ୍ୟ ରାଜ୍ୟର ଲୋକେ ଆମ କଳାସଂସ୍କୃତି ସମ୍ପର୍କରେ ଜାଣିବାର ସୁଯୋଗ ପାଉଛନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories