www.samajalive.in
Sunday, December 7, 2025
26.1 C
Bhubaneswar

ରେଳ ଷ୍ଟେସନରୁ ୪୫ କିଗ୍ରା ଗଞ୍ଜେଇ ସହିତ ମହିଳା ଓ ଯୁବକ ଗିରଫ 

ସମ୍ବଲପୁର : ସମ୍ବଲପୁର ଦେଇ ଦେଶକୁ ଯାଇଥିବା ସଡକ ଓ ରେଳ ପଥ ଜରିଆରେ ନିୟମିତ ଅବୈଧ୍ୟ ରୂପେ ଗଞ୍ଜେଇ ଚାଲାଣ ହେଉଥିବାର ଦେଖାଯାଉଥିବା ବେଳେ ଅନେକ ସମୟରେ ଚାଲାଣକାରୀ ମାନେ ଧରାପଡିବା ସହିତ ଗଞ୍ଜେଇ ଗୁଡିକ ମଧ୍ୟ ଜବତ ହେଉଛି।

ଏଭଳି ଏକ ଘଟଣାରେ ସମ୍ବଲପୁରରୁ ରେଳପଥ ଜରିଆରେ ରାଜ୍ୟ ବାହାରକୁ ଅବୈଧ୍ୟ ରୂପେ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଜିଆରପି ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ଜିଆରପିର ସୂଚନାନୁଯାୟୀ, ସମ୍ବଲପୁର ରେଳ ଷ୍ଟେସନରେ ସୋମବାର ରାତ୍ରିରେ ପେଟ୍ରୋଲିଂ ସମୟରେ ପ୍ଲାଟଫର୍ମ ସଂଖ୍ୟା ୨ ଓ ୩ ର ଶେଷ ଭାଗରେ ବିହାର ରାଜ୍ୟର ନିବାସୀ ଜଣେ ମହିଳା ମନସା ଦେବୀ (୩୫) ଓ ଯୁବକ ଗୁଲାମ ଜିଲାନି (୧୯) ନାମକ ଯୁବକ ସନ୍ଦିଗ୍ଧ ଭାବରେ ୩ଟି ଜରିବସ୍ତା ବ୍ୟାଗ ସହିତ ଛିଡା ହୋଇଥିବାର ଦେଖିଥିଲା।

- Advertisement -

ଏଣୁ ସନ୍ଦେହରେ ସେମାନଙ୍କୁ ଯାଞ୍ଚ କରାଯିବାରୁ ଜରି ବସ୍ତା ବ୍ୟାଗ ଗୁଡିକ ମଧ୍ୟରୁ ସମୁଦାୟ ୪୫ କିଗ୍ରା ଗଞ୍ଜେଇ ମିଳିଥିଲା। ପୁଲିସର ଜେରା ସମୟରେ ଉକ୍ତ ଗଞ୍ଜେଇ ଗୁଡିକୁ ବିହାର ରାଜ୍ୟକୁ ଚାଲାଣ କରୁଥିବାର କହିଛନ୍ତି। ଏଣୁ ଜିଆରପି ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରି ମଙ୍ଗଳବାର ଅଦାଲତକୁ ଚାଲାଣ କରାଯାଇଛି ବୋଲି ସୂଚନା ଦିଆଯାଇଛି। ପାଟ୍ରୋଲିଂ ଦଳରେ ଜିଆରପି ଏସଆଇ ଚାରୋ ତିର୍କୀ, ଏଏସଆଇ ଜ୍ୟେତ୍ସ୍ନା ପ୍ରଧାନ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories