www.samajalive.in
Saturday, December 6, 2025
15.1 C
Bhubaneswar

ଗଞ୍ଜେଇ ଚାଲାଣ କରୁଥିଲେ ବାପା, ପୁଅ ; ମାଡି ବସିଲା ଅବକାରୀ ଦଳ

ସମ୍ବଲପୁର : ସମ୍ବଲପୁର ଦେଇ ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅନେକ ସମୟରେ ଅବକାରୀ ବିଭାଗ ଦ୍ୱାରା ଚାଲାଣକାରୀ ମାନେ ଧରା ପଡୁଛନ୍ତି। ତେବେ ବିଗତ ବର୍ଷାଧିକ କାଳ ହେବ ଅବକାରୀ ବିଭାଗର ଚେକିଂ କଡାକଡି ହେବା ଦ୍ୱାରା ଏବେ ଗଞ୍ଜେଇ ଚାଲାଣକାରୀ ମାନେ ସମ୍ବଲପୁର ଠାରେ ପ୍ରଥମେ ଗୋଦାମ କରି ତାକୁ ସୁଯୋଗ ଦେଖି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବାର ଅନେକ ବାର ଅଭିଯୋଗ ହୋଇ ଆସୁଛି। ଏଣୁ ଅବକାରୀ ବିଭାଗର ଗୁଇନ୍ଦା ଦଳ କିଛି ଦିନ ହେବ ଗଞ୍ଜେଇ ଚାଲାଣ ଉପରେ ନଜର ରଖିଥିବା ବେଳେ ଗୁରୁବାର ସ୍ଥାନୀୟ କ୍ଷେତରାଜପୁର ଅଞ୍ଚଳରେ ଚଢ଼ଉ କରି ବାପା ଓ ପୁଅକୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧ କୁଇଣ୍ଟାଲ ୭୬ କିଗ୍ରା ଗଞ୍ଜେଇ ସମେତ ୫୭ ହଜାର ୩ ଶହ ଟଙ୍କା ଓ ୨ଟି ମୋବାଇଲ ଫୋନ ଜବତ କରାଯାଇଛି।

ଏ ସମ୍ପର୍କରେ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା କହିଛନ୍ତି ଯେ, ବିଶ୍ୱସ୍ତସୂତ୍ରରୁ ଖବର ପାଇ ଅବକାରୀ ଦଳ କ୍ଷେତରାଜପୁର ରେଳ କ୍ରସିଂ ନିକଟରେ ଥିବା ସୁରେଶ ଅଗ୍ରୱାଲ (୫୮)ଙ୍କ ଘରକୁ ତଲାସୀ କରିଥିଲା। ତଲାସୀ ସମୟରେ ଉକ୍ତ ଘରୁ ଅବୈଧ୍ୟ ରୂପେ ବିପୁଳ ମାତ୍ରାରେ ଗଞ୍ଜେଇ ମିଳିଥିଲା। ଏଣୁ କ୍ଷେତରାଜପୁର ନିବାସୀ ସୁରେଶ ଅଗ୍ରୱାଲ ଓ ପୁତ୍ର ସୁମିତ ପୋଦ୍ଦାରଙ୍କୁ ଗିରଫ କରାଯାଇ ଗଞ୍ଜେଇ ଏବଂ ଟଙ୍କା ଗୁଡିକୁ ଜବତ କରାଯାଇଛି। ଛୋଟ ସମୟରେ ସୁରେଶ ତାଙ୍କର ପୁତ୍ର ସୁମିତଙ୍କୁ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ପୌଷ୍ୟ ପୁତ୍ର ରୁପେ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ଆସି ତାଙ୍କ ନିକଟରେ ରହୁଥିଲେ। ଉଭୟ ବାପା ପୁଅ ଶିଘ୍ର କୋଟିପତି ହେବା ଆଶାରେ ଏହି ବେଆଇନ କାରବାରରେ ସଂପୃକ୍ତ ଥିବାର ଜଣାପଡିଛି। ଏଥି ସହ ଅଭିଯୁକ୍ତ ସୁମିତଙ୍କ ନାମରେ ପୂର୍ବରୁ ସୋନପୁର ଜିଲାରେ ମାମଲା ଥିବାର ମଧ୍ୟ ଅବକାରୀ ବିଭାଗ ପାଖରେ ଖବର ଥିବାରୁ ସେମାନଙ୍କ ଉପରେ ପୂର୍ବରୁ ନଜର ରଖାଯାଇଥିଲା। ସେମାନେ ଜିଲା ବାହାରୁ ଗଞ୍ଜେଇ ଗୁଡିକୁ ଆଣି ଘରେ ମହଜୁଦ ରଖିବା ପରେ ଛତିଶଗଡ ସମେତ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ତାହା ରପ୍ତାନି କରୁଥିଲେ ବୋଲି ତଦନ୍ତ ସମୟରେ ଜଣାପଡିଛି। ଏଣୁ ଅବକାରୀ ବିଭାଗ ତରଫରୁ ମାମଲା ସଂଖ୍ୟା ୧୧୮୩/୨୩-୨୪ ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories