www.samajalive.in
Saturday, December 6, 2025
19.1 C
Bhubaneswar

ଭିଡିଓ ଭାଇରାଲ ପରେ ଟ୍ରୋଲ୍ ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ସେ ପାଣି ପାଇଁ ସୋନିଆ ଗାନ୍ଧୀଙ୍କୁ ଏବଂ ରାହୁଲ ଗାନ୍ଧୀଙ୍କୁ ପଚାରୁଛନ୍ତି । ଏହା ପରେ ସେ ପାଣି ପିଉଛନ୍ତି । ଏଥିରେ ସାମାଜିକ ଗଣମାଧ୍ୟମରେ ବିବାଦ ଉଠିଛି । ଲୋକମାନେ କହୁଛନ୍ତି କି ‘କଂଗ୍ରେସରେ ପାଣି ପିଇବାକୁ ମଧ୍ୟ ଗାନ୍ଧୀ ପରିବାରକୁ ପଚାରିବାକୁ ପଡୁଛି ।’

- Advertisement -

ଗୁରୁବାର ଦିଲ୍ଲୀରେ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଖବରଦାତା ସମ୍ମିଳନୀରେ ମୋଦୀ ସରକାରଙ୍କ ଉପରେ କଂଗ୍ରେସକୁ ଆର୍ଥିକ ରୂପେ ଦୁର୍ବଳ କରୁଥିବା ଅଭିଯୋଗ ଲଗାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀର ଏକ ଭିଡିଓ କ୍ଲିପ୍ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି, ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜେ ପାଣି ପିଇବା ପାଇଁ ପ୍ରଥମେ ସୋନିଆ ଗାନ୍ଧୀଙ୍କୁ ପଚାରୁଛନ୍ତି ଏବଂ ପରେ ରାହୁଲ ଗାନ୍ଧୀଙ୍କୁ ପଚାରୁଛନ୍ତି ।

ଉଭୟ ମନା କରିବା ପରେ ସେ ନିଜେ ପାଣି ପିଉଛନ୍ତି । ତେବେ ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ ହେବାପରେ ସମସ୍ତେ ଏହାକୁ ନେଇ କଟାକ୍ଷ କରୁଛନ୍ତି । କିଛି ଲୋକ ଲେଖୁଛନ୍ତି ଯେ କଂଗ୍ରେସରେ ପାଣି ପିଇବାକୁ ମଧ୍ୟ ପଚାରିବାକୁ ପଡୁଛି । ତେବେ ଅନ୍ୟ କିଛି ଜଣ ଲେଖୁଛନ୍ତି ଯେ ଏହା ଭଦ୍ର ବ୍ୟକ୍ତିମାନେ କରନ୍ତି । କୌଣସି ଜିନିଷ ନିଜେ ଗ୍ରହଣ କରିବା ପୂର୍ବରୁ ଅନ୍ୟକୁ ପଚାରିବା ଏକ ଉତ୍ତମ କାର୍ଯ୍ୟ ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories