www.samajalive.in
Saturday, December 6, 2025
19.1 C
Bhubaneswar

ଚାକିରି ଦେବା ନାଁରେ ୧୮ଲକ୍ଷ ଠକେଇ, ଜଣେ ଗିରଫ

ଗୋପାଳପୁର: ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୋପାଳପୁର ପୁଲିସ । ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ କନିଷ୍ଠ ସହକାରୀ କର୍ମଚାରୀ ଗଜେନ୍ଦ୍ର ନାଥ ସାହୁ। ସୂଚନା ଅନୁସାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ କାର‌୍ୟ୍ୟରତ ଅସ୍ଥାୟୀ କର୍ମଚାରୀ ରାଧା ମୋହନ ପାତ୍ରଙ୍କ ଝିଅକୁ ସହକାରୀ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର)ଚାକିରି କରାଇ ଦେବାକୁ କହି ଗୁଗଲ ପେ ରେ ୨୦୨୨ ନଭେମ୍ବର ୭ ଠାରୁ ୨୦୨୩ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ  ୧୮ ଲକ୍ଷ ୧୬ ହଜାର ୨୫୦ଟଙ୍କା ନେଇଥିଲେ ।
୨୦୨୩ ଡିସେମ୍ବରର ୩୦ ତାରିଖରେ ଏଏସଓ ଫଳ ଜଣାପଡିବା ପରେ ଝିଅର ନାମ ଓ ରୋଲ ନମ୍ବର ନଥିବାରୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ । କିନ୍ତୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଗଜେନ୍ଦ୍ର ଟଙ୍କା ଫେରାଉ ନଥିଲେ । ଫୋନ ଯୋଗେ ଟଙ୍କା ମାଗିବାରୁ ବିଭିନ୍ନ ପ୍ରକାର ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ କ୍ଷ ଏନେଇ କର୍ମଚାରୀଙ୍କ ଝିଅ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଗଜେନ୍ଦ୍ର ନାଥଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ସତ୍ୟାସତ୍ୟ ଜାଣିବା ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories