www.samajalive.in
Saturday, December 6, 2025
15.1 C
Bhubaneswar

ଲକ୍ଷ୍ମୀ ବସ୍ ସେବାରୁ ବଞ୍ଚିତ ଯାତ୍ରୀ, ଯୋଜନା କାହାପାଇଁ?

ରେଙ୍ଗାଲିକ୍ୟାମ୍ପ: ସାଧାରଣ ଯାତ୍ରୀଙ୍କ ଯାତାୟତକୁ ସୁବିଧା, ସରଳ ଓ ସୁଲଭ କରିବା ପାଇଁ ରାଜ୍ୟ ସରକାର ଗ୍ରାମାଞ୍ଚଳକୁ ବ୍ଳକ ମହକୁମା ସହ ସଂଯୋଗ କରିବା ପାଇଁ ଲକ୍ଷ୍ମୀ ବସ୍ ସେବା ଯୋଗାଇ ଦେଇଛନ୍ତି। ଏହି ଯୋଜନାରେ ଅତାବିରା ବ୍ଳକକୁ ୪ ଗୋଟି ବସ୍ ଯୋଗାଇ ଦିଆଯାଇଛି। ଏହି ୪ଟି ବସ୍ ପାଇଁ ୪ ଗୋଟି ଗ୍ରାମାଞ୍ଚଳ ରାସ୍ତା ନିର୍ଦ୍ଧାରିତ କରାଯାଇଥିଲା ଯାହା ଅତାବିରାରୁ କୁଲିତାଟୁକୁରା, ଅତାବିରାରୁ ରେଙ୍ଗାଲିକ୍ୟାମ୍ପ ଛକ ଦେଇ କେନାଲ ରାସ୍ତାରେ ଟାଙ୍ଗରପାଲି ଦେଇ ପାହାର ଶ୍ରିଗୀଡ଼ା, ଅତାବିରା ମନା ପଡ଼ା, ଜହ୍ନାପଡ଼ା, କୁଲଣ୍ଡା ଦେଇ ଝିଲିମିଣ୍ଡା ପର୍ଯ୍ୟନ୍ତ ଓ ଅତାବିରାରୁ ଲରାସରା ଦେଇ ଲହଣ୍ଡା ପର୍ଯ୍ୟନ୍ତ ରହିଥିଲା । ପ୍ରଥମ ବସ୍ ସେବା ଆରମ୍ଭ ହୋଇଥିଲା ତା ୧୩ /୨ ଅତାବିରାରୁ କୁଳିତା ଟୁକୁରା ପର୍ଯ୍ୟନ୍ତ । ଅନ୍ୟ ତିନୋଟି ବସ୍ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇଥିଲା । କିନ୍ତୁ ସେଥି ମଧ୍ୟରୁ ଅତାବିରାରୁ ଲହଣ୍ଡାକୁ ଚଳାଚଳ କରୁଥିବା ବସ୍ ଅନେକ ଦିନ ହେଲା ବନ୍ଦ ହୋଇ ପଡ଼ିଛି ବ୍ଲକ କାର୍ଯ୍ୟାଳୟ ପରିସରରେ । ବାକି ଯେଉଁ ତିନିଟି ବସ୍ ଚାଲିଛି, ସେଥିରେ ଯାତ୍ରୀ ସଂଖ୍ୟା ଅନ୍ୟ ବେସରକାରୀ ବସ୍ ତୁଳନାରେ ଅତ୍ୟଧିକ କମ୍ ରହୁଥିବା ଦେଖିବାକୁ ମିଳୁଛି । ତେବେ ଏହାର କାରଣ କଣ? ଯାତ୍ରୀମାନେ ବସ୍ ସମୟ ଜାଣି ପାରୁନାହାନ୍ତି ନା ବସ୍ ସମୟ ଅନୁସାରେ ସଠିକ୍ ଜାଗାରେ ପହଞ୍ଚି ପାରୁନି? ତେବେ ଏହି ବସ୍ ଚଳାଚଳ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ । କାରଣ ସାଧାରଣତଃ ଯାତ୍ରୀମାନେ ଏହି ସେବାରୁ ବଞ୍ଚିତ ହେଲେ ଏହି ଯୋଜନା ପଛରେ ଥିବା ସରକାରଙ୍କ ମହତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ । ପୁଣି ଅତାବିରା ବ୍ଳକର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଲକ୍ଷ୍ମୀ ବସର ସେବା ମିଳିପାରି ନାହିଁ। ଜାତୀୟ ରାଜପଥ ୫୩ର ଟେଲିକମ୍ ଅଫିସ ଛକରୁ ପାହାଡ଼ ଶ୍ରୀଗିଡା ପର୍ଯ୍ୟନ୍ତ ୧୪ କିମି ଦୈର୍ଘ୍ୟ ବିଶିଷ୍ଟ ଗ୍ରାମ୍ୟ ଉନ୍ନୟନ ରାସ୍ତା ରହିଛି। ଏହି ରାସ୍ତା ଦେଇ ନିତିଦିନିଆ ଛାତ୍ରଛାତ୍ରୀ, ଚାଷୀ, ହିତାଧିକାରୀ ଅତାବିରା ବ୍ଳକ, ତହସିଲ, ଥାନା, କଲେଜ, ରେଲୱେ ଷ୍ଟେସନ, ସ୍ୱାସ୍ଥ୍ୟକେନ୍ଦ୍ର, ପେକ୍ସ, ବ୍ୟାଙ୍କ ଭଳି ବିଭିନ୍ନ କାର୍ୟ୍ୟାଳୟକୁ ଆସିବା ସହ ବରଗଡ଼, ବୁର୍ଲା ଭଳି ଜିଲ୍ଲାସ୍ତରୀୟ ଶିକ୍ଷା, ସ୍ୱାସ୍ଥ୍ୟସେବା ପାଇଁ ଜାତୀୟ ରାଜପଥକୁ ଆସିବାକୁ ପଡିଥାଏ। ଠିକ ସେହିପରି ପାହାରଶ୍ରୀଗିଡାରେ ମଧ୍ୟ ସ୍କୁଲ, କଲେଜ, ବ୍ୟାଙ୍କ, ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଯାହାଫଳରେ ରାସ୍ତାରେ ପ୍ରତିଦିନ ଯାତ୍ରୀଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ତେଣୁ ଜନ ସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ରାସ୍ତାରେ ଲକ୍ଷ୍ମୀ ବସ୍ ସେବା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories