www.samajalive.in
Monday, December 8, 2025
14.1 C
Bhubaneswar

ବିକାଶ ନାଁରେ ଲୋକଙ୍କୁ ହଇରାଣ କରିବାର ଅଭିପ୍ରାୟ କ’ଣ?

ସମ୍ବଲପୁର: ଜେଲଛକରୁ ଧନୁପାଲି ଛକଯାଏ ରାସ୍ତାକୁ ପ୍ରଶସ୍ତିକରଣ କରିଯିବା ପାଇଁ ଦୀର୍ଘ ଏକ ବର୍ଷ ହେଲା ଜନସାଧାରଣ ହଇରାଣ ହେଉଥିବା ବେଳେ, ଆଜିଯାଏ ଲୋକଙ୍କୁ ଆଶ୍ବସ୍ତି ମିଳି ନ ଥିବା ଦୁର୍ଭାଗ୍ୟର ବିଷୟ ବୋଲି ବରିଷ୍ଠ ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ଅଧିନସ୍ଥ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣାଧୀନ ଏହି ରାସ୍ତାର କୌଣସି ଗୋଟିଏ ପୂର୍ବ ନିର୍ଦ୍ଧାରିତ ଯୋଜନା ଥିଲା ଭଳି ଉପଲବ୍ଧି ହେଉନାହିଁ। ଥରକୁ ଥର ଜମି ଅଧିଗ୍ରହଣ ପାଇଁ ଦିଆଯାଉଥିବା ଚିହ୍ନ ବଦଳୁଛି। ସିଧାସଳଖ ନିର୍ମାଣ ହେବାକୁ ଥିବା ରାସ୍ତା ଅନେକାଂଶରେ ଅଙ୍କାବଙ୍କା ହୋଇଯାଉଛି। କେଉଁଠି ପ୍ରଶସ୍ତ ଥିବା ବେଳେ କେଉଁଠି ରାସ୍ତାଟି ସଙ୍କୀର୍ଣ୍ଣ ହୋଇଯାଇଛି। ସାଧାରଣତଃ ସରକାରଙ୍କର କୌଣସି ବିକାଶ କାର୍ଯ୍ୟ ଲୋକଙ୍କର ସୁବିଧା ତଥା ହିତ ଉଦ୍ଦେଶ୍ୟରେ ହୋଇଥାଏ, ହେଲେ ଏହି ରାସ୍ତା ନିର୍ମାଣ ଲୋକଙ୍କୁ ହଇରାଣରେ ପକାଇବା ପାଇଁ ଉଦ୍ଦିଷ୍ଟ ବୋଲି ଅନୁଭବ ହେଉଥିବା ସୂର୍ଯ୍ୟ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିଛନ୍ତି।

ବିଶେଷ ଭାବରେ ଗୋବିନ୍ଦତୋଳା ହରଡ଼ ଜୋର ବ୍ରିଜରୁ ଧନୁପାଲି ଛକ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ। ଏହି ରାସ୍ତା କଡରେ ଅନେକ ଜନବସତିକୁ ରାସ୍ତା ଯାଇଛି। ପେଟ୍ରୋଲ ପମ୍ପ, ମନ୍ଦିର, ସପିଙ୍ଗ ମଲ, ଶିକ୍ଷାନୁଷ୍ଠାନଗୁଡିକ ରହିଛି। ଏପରି ସ୍ଥଳେ ଦୁଇଥାକିଆ ରାସ୍ତା କରିବାର କଣ ଆବଶ୍ୟକତା ରହିଛି ବୋଲି ସୂର୍ଯ୍ୟ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ଦୁଇଥାକିଆ ରାସ୍ତା କଲେ ଓଲଟା ଦୁର୍ଘଟଣାର ସଂଖ୍ୟା ବଢିବାର ସମ୍ଭାବନା ରହିଛି। ରାସ୍ତାକୁ ପ୍ରଶସ୍ତ କରିବା ଉଚିତ ହୋଇଛି ହେଲେ ମଝି ମଝିରେ ରାସ୍ତା ନଛାଡି ଦୁଇ ଥାକିଆ କରିଦେଲେ ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହେବେ। ତେଣୁ ଏହି ନିର୍ମାଣ କାର୍ଯ୍ୟ ଉପରେ ପୁନର୍ବିଚାର କରି ଜନସାଧାରଣ ହିତରେ କାର୍ଯ୍ୟ କରିବାକୁ ସେ ଦାବୀ ଉପସ୍ଥାପନ କରିଛନ୍ତି।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories