www.samajalive.in
Saturday, December 6, 2025
16.1 C
Bhubaneswar

ସମ୍ବଲପୁରୀ କଳାର ପ୍ରଚାର ପାଇଁ ଆବାସ ଯୋଜନା ହିତାଧିକାରୀଙ୍କ ଅଭିନବ ପ୍ରୟାସ

ସମ୍ବଲପୁର: ସମ୍ବଲପୁର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ପଶ୍ଚିମାଞ୍ଚଳରେ ଉଦ୍ୟମ କରାଯାଉଛି। ଏଭଳିସ୍ଥଳେ ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ସୁନାପାଲି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ନ୍ତଗତ ନିର୍ମିତ ଏହ ଘରକୁ ହିତାଧିକାରୀ ଅଭିନବ ଢ଼ଙ୍ଗରେ ସମ୍ବଲପୁରୀ ଡିଜାଇନରେ ସଜାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ୱାର୍ଡ ସଂଖ୍ୟା ୩୩ ଅର୍ନ୍ତଗତ ସୁନାପାଲି ଅଞ୍ଚଳରେ ରହିଥିବା ଆବାସ ଯୋଜନା ହିତାଧିକାରୀ କୁମୁଦିନୀ ଓରାମ ଓ ତାଙ୍କର ପୁତ୍ର ପିଣ୍ଟୁ ଓରାମଙ୍କ ଘରର ବାହାର ପଟକୁ ସମ୍ବଲପୁରୀ ଡିଜାଇନରେ ସଜ୍ଜିତ କରି ଭାଷା ପ୍ରତି ରହିଥିବା ପ୍ରେମ ଓ ଏହାର ପ୍ରଚାର ପ୍ରସାର କରୁଛନ୍ତି। ସମ୍ବଲପୁର ମୁଖ୍ୟ ସହର ମଧ୍ୟରେ ଅନେକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ହୋଇଥିବା ବେଳେ ଏପରି ସମ୍ବଲପୁରୀ ଡିଜାଇନରେ ଘର ସଜେଇବା ପ୍ରଥମ ବୋଲି କୁହାଯାଉଛି।
ଏ ସର୍ମ୍ପକରେ ହିତାଧିକାରୀ କୁମୁଦିନୀ କହିଛନ୍ତି ଯେ ସମ୍ବଲପୁରୀ ଭାଷା ଓ ବାନ୍ଧ କଳା ପ୍ରତି ଦୁର୍ବଳତା ରହିଥିବାରୁ ବହୁ ଦିନରୁ କିଛି ନୂତନ କରିବାର ଇଚ୍ଛା ରହିଥିବା ବେଳେ ଏଥିରେ ପୁତ୍ର ପିଣ୍ଟୁ ମଧ୍ୟ ସହଯୋଗ କରିଛନ୍ତି। ଏହା ଖୁବ ସୁନ୍ଦର ଦିଶୁଥିବାରୁ ସମସ୍ତେ ପ୍ରଶଂସା କରୁଛନ୍ତି ବୋଲି କୁମୁଦିନୀ କହିଛନ୍ତି। ହିତାଧିକାରୀ କୁମୁଦିନୀଙ୍କ ପୁତ୍ର ପିଣ୍ଟୁ କହିଛନ୍ତି ଯେ ସମ୍ବଲପୁରର ମୂଳ ନିବାସୀ ହୋଇଥିବା ବେଳେ ଆମର ସଂସ୍କୃତି ଓ କଳାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ସହାୟତା ରାଶି ମଧ୍ୟରେ କମ ଖର୍ଚ୍ଚରେ ଯେଭଳି ସୁନ୍ଦର ଘରଟିଏ ତିଆରି ହୋଇ ପାରିବ, ସେଥିପାଇଁ କମ ଖର୍ଚ୍ଚରେ ଗୃହ ନିର୍ମାଣ କରି ଘରର ବାହାର ପଟକୁ ସମ୍ବଲପୁରୀ ବାନ୍ଧ କଳାରେ ରଙ୍ଗେଇଛୁ। ପଶ୍ଚିମ ଓଡିଶାବାସୀଙ୍କ ପାଇଁ ସମ୍ବଲପୁରୀ କଳା ଓ ସଂସ୍କୃତି ସ୍ୱତନ୍ତ୍ର ପରିଚୟ ହୋଇଥିବାରୁ ସମସ୍ତେ ନିଜ ନିଜ ଘରୁ ଏହା ପ୍ରଚାର ପ୍ରସାର ପାଇଁ କିଛି ନା କିଛି ଉଦ୍ୟମ କରିବା ଉଚିତ ବୋଲି ପିଣ୍ଟୁ କହିଛନ୍ତି।
ଏବେ ଏହି ଘର କେବଳ ୱାର୍ଡ ସଂଖ୍ୟା ୩୩ରେ ନୁହେଁ ବରଂ ସାରା ସମ୍ବଲପୁରରେ ଚର୍ଚ୍ଚାର ବିଷୟ ହୋଇଛି। କୁମୁଦିନୀ ଓ ପିଣ୍ଟୁଙ୍କ ଉଦ୍ୟମକୁ ଅଞ୍ଚଳବାସୀ ମାନେ ପ୍ରଶଂସା କରୁଥିବା ବେଳେ ସେମାନଙ୍କ ଠାରୁ ପ୍ରେରିତ ହୋଇ ଅଞ୍ଚଳରେ ରହିଥିବା ଆହୁରୀ କିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଏଭଳି ସମ୍ବଲପୁରୀ ବାନ୍ଧ କଳା ଓ ସଂସ୍କୃତିର ପୁରାତନ ପରମ୍ପରାକୁ ବଞ୍ଚାଇ ରଖିବା ସହିତ ପ୍ରଚାର ପ୍ରସାର ନିମନ୍ତେ କିଛି ଅଭିନବ ଉପାୟ କରିବାକୁ ମନସ୍ଥିର କରୁଥିବାର କହିଛନ୍ତି। ସମ୍ବଲପୁରୀ ଭାଷା ଓ ସଂସ୍କୃତି ପାଇଁ କାର୍ଯ୍ୟ କରୁଥିବା ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ମଧ୍ୟ ଏଭଳି ନିଆରା ଉଦ୍ୟମକୁ ପ୍ରଶଂସା କରାଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories